ଓଡିଶା

odisha

By

Published : Aug 14, 2019, 10:40 PM IST

Updated : Aug 15, 2019, 5:09 AM IST

ETV Bharat / state

ବାଲୁକା କଳାରେ ସ୍ବାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା

ବାଲୁକା କଳାରେ ଦେଶବାସୀଙ୍କୁ ସ୍ବାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ ।

ଡିଜାଇନ ଫଟୋ

ପୁରୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଓ ସ୍ବାଧୀନତା ଦିବସ ପାଇଁ ପୁରା ଦେଶ ହେଉଛି ସଜବାଜ । ଏହି ଅବସରରେ ବାଲୁକା କଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ


ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ଉଭୟ ରାକ୍ଷୀ ପୂର୍ଣ୍ଣିମା ଓ ସ୍ବାଧୀନତା ଦିବସର ଶୁଭେଛା ଜଣାଇଛନ୍ତି । ବାଲୁକା କଳାରେ ରାକ୍ଷୀରେ ତ୍ରିରଙ୍ଗା ସମେତ ଭାରତ ମାନଚିତ୍ରର ପ୍ରତିକୃତି ସ୍ଥାନ ଦେଇଛନ୍ତି । ସମସ୍ତ ଭାରତୀୟ ଏକ ହୋଇ ଶାନ୍ତିରେ ସହାବସ୍ଥାନ କରିବା ନେଇ ସେ ଆହ୍ବାନ ଦେଇଛନ୍ତି । ସେହିପରି ଦେଶବାସୀ ମହିଳାଙ୍କ ସୁରକ୍ଷା ଦିଗରେ ଆଗେଇ ଆସିବାକୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।

ସେହିପରି ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ନିଆରା ଢଙ୍ଗରେ ତ୍ରିରଙ୍ଗା ରାକ୍ଷୀ ତିଆରି ଦେଶବାସୀଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି । 15 ଫୁଟ ଲମ୍ବର ଏହି ବାଲୁକା କଳା କରିବାକୁ ପ୍ରାୟ 5 ଘଣ୍ଟା ଲାଗିଥିବା ମାନସ ସାହୁ କହିଛନ୍ତି । ତେବେ ନିଜ ଉପରେ ବିଶ୍ବାସ ରଖି ସମସ୍ତେ ଏକ ହୋଇ ଦେଶକୁ ଉନ୍ନତି ପଥରେ ଆଗେଇ ନେବାକୁ ସେ ଏହି ବାଲୁକା କଳା ମାଧ୍ୟମରେ ଆହ୍ବାନ ଦେଇଥିବା କହିଛନ୍ତି ।


ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 15, 2019, 5:09 AM IST

ABOUT THE AUTHOR

...view details