ଓଡିଶା

odisha

By

Published : Oct 11, 2019, 6:02 AM IST

Updated : Oct 11, 2019, 10:44 AM IST

ETV Bharat / state

ସେହେନ୍ସାଙ୍କୁ ବାଲୁକା କଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ବଲିଉଡ ସେହେନ୍ସା ତଥା ବିଗ ବି ଅମିତାଭ ବଚ୍ଚନଙ୍କୁ 77 ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ

ପୁରୀ: ଅକ୍ଟୋବର 11ରେ ବିଗ ବି ତଥା ବଲିଉଡ ସେହେନ୍ସା ଅମିତାଭ ଵଚ୍ଚନଙ୍କ 77 ତମ ଜନ୍ମଦିନ। ବିଗ ବିଙ୍କୁ ଫ୍ୟାନ ମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ବାଲୁକାକଳାରେ ଅମିତାଭ ଵଚ୍ଚନଙ୍କୁ 77ତମ ଜନ୍ମଦିନ ଶୁଭେଚ୍ଛା

ପୁରୀ ବେଳାଭୂମିରେ ପ୍ରତିବର୍ଷ ଭଳି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ଅମିତାଭ ଵଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଯେଉଁଥିରେ ଅମିତାଭଙ୍କ ପ୍ରତିକୃତି ସହ 77 ତମ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ବଲିଉଡର ସେହେନସା ଅମିତାବଭ ଵଚ୍ଚନଙ୍କୁ ଦୀର୍ଘାୟୁ କରନ୍ତୁ । ସେ ଏଭଳି ସ୍ମରଣୀୟ ଅଭିନୟ ପ୍ରଦର୍ଶନ କରି ଚାଲନ୍ତୁ ବୋଲି ସୁଦର୍ଶନ ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 11, 2019, 10:44 AM IST

ABOUT THE AUTHOR

...view details