ଓଡିଶା

odisha

ETV Bharat / state

ଅଁଳାନବମୀରେ ଶ୍ରଦ୍ଧାଳୁ ପିଇଲେ ନିମ୍ନମାନର ମୃଦୁ ପାନୀୟ, ତଦନ୍ତ ନିର୍ଦ୍ଦେଶ ଦେଲା ପ୍ରଶାସନ - ପବିତ୍ର ଅଁଳା ନବମୀ

ସାକ୍ଷୀଗୋପାଳ ବଜାରରେ ନିମ୍ନମାନର ମୃଦୁପାନୀୟ ବିକ୍ରି ହୋଇଥିବା ନେଇ ଅଭିଯୋଗ । ଏହାର ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର । ଅଧିକ ପଢନ୍ତୁ

ସାକ୍ଷୀଗୋପାଳ ବଜାରରେ ନିମ୍ନ ମାନର ମୃଦୁ ପାନୀୟ , ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର
ସାକ୍ଷୀଗୋପାଳ ବଜାରରେ ନିମ୍ନ ମାନର ମୃଦୁ ପାନୀୟ , ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

By

Published : Nov 3, 2022, 9:49 PM IST

Updated : Nov 3, 2022, 10:08 PM IST

ପୁରୀ: ପବିତ୍ର ଅଁଳା ନବମୀରେ ପ୍ରଭୁ ସାକ୍ଷୀଗୋପିନାଥ ଓ ଶ୍ରୀ ରାଧାରାଣୀଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ପ୍ରବଳ ଖରା ଯୋଗୁଁ ଭକ୍ତ ମାନେ ଦୋକାନରୁ ବିଭିନ୍ନ ମୃଦୁ ପାନୀୟ କିଣି ଶୋଷ ମେଣ୍ଟାଇ ଥିଲେ । ହେଲେ ଏହାର ଫାଇଦା ନେଇଛନ୍ତି କିଛି ଅସାଧୁ ବ୍ୟବସାୟୀ । ସାକ୍ଷୀଗୋପାଳ ବଜାରରେ ଅତି ନିମ୍ନ ମାନର ମୃଦୁ ପାନୀୟ ବିକ୍ରି ହୋଇଥିବା ନେଇ ଅଭିଯୋଗ ହୋଇଛି ।

ସାକ୍ଷୀଗୋପାଳ ବଜାରରେ ନିମ୍ନ ମାନର ମୃଦୁ ପାନୀୟ , ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ସୂଚନା ଅନୁଯାୟୀ, ବଜାରରେ ମିଳୁଥିବା ନାମୀଦାମୀ ବ୍ରାଣ୍ଡର ବୋତଲ ଭଳି ଅବିକଳ ରଙ୍ଗ ଷ୍ଟିକର ଲଗାଯାଇ ବିକ୍ରି ହେଉଛି ମୃଦୁ ପାନୀୟ। ଗ୍ଲୁକୋଜ ପାନୀୟରେ ରଙ୍ଗ ଭାସୁଥିବା ଭଳି ଦେଖାଯାଉ ଥିବା ବେଳେ ଛୋଟ ଛୋଟ ପୋକ ଭାସୁଥିବା ଦେଖାଯାଇଛି । ତେବେ ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଧାପାଦ ଦର୍ଶନରେ ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଥିବା କହୁଥିବା ବେଳେ ଲୋକ ଖାଉଥିବା ଖାଦ୍ୟ, ପାନୀୟ ନିମ୍ନ ମାନର ବିକ୍ରି ହେଉଥିବା ବେଳେ ପ୍ରଶାସନ ଚୁପ୍ ବସିବା ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ନକଲି ଗ୍ଲୁକୋଜ ପାନୀୟକୁ ସାକ୍ଷୀଗୋପାଳ ବଜାରରୁ ବିଭିନ୍ନ ଦୋକାନରୁ ଜବତ କରାଯାଇ ଏହାର ମାନ ପରୀକ୍ଷା କରାଯାଇଛି । ଏହାର ଷ୍ଟକିଷ୍ଟ, କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବୀ ହୋଇଛି । ତେବେ ପବିତ୍ର ଅଁଳା ନବମୀରେ ସାକ୍ଷୀ ଗୋପାଳ ବଜାର ରେ ଖୁଲମ ଖୁଲା ନକଲି, ନିମ୍ନ ମାନର ବିଭିନ୍ନ ପାନୀୟ ବିକ୍ରି ବେଧଡକ ଭାବେ ଚାଲିଥିବା ବେଳେ ପ୍ରଶାସନ ଚୁପ୍ ବସିବା ସାଧାରଣ ରେ ପ୍ରଶ୍ନ ଵାଚି ସୃଷ୍ଟି କରିଛି। ସେପଟେ ନକଲି ପାନୀୟ ବିକ୍ରି ଘଟଣା ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତ୍ୟବାଦୀ ତହସିଲଦାର କହିଛନ୍ତି ।

ଏନେଇ ତହସିଲଦାର ଜୟନ୍ତ ଜୟ ସିଂ କହିଛନ୍ତି , "ନିମ୍ନର ପାନୀୟ ଓ ଖାଦ୍ୟ ବିକ୍ରି ହେଉଛି । ଏନେଇ ଏହାର ତଦନ୍ତ କରାଯିବା ସହ ଏହା ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ଇଟିଭି ଭାରତ, ପୁରୀ

Last Updated : Nov 3, 2022, 10:08 PM IST

ABOUT THE AUTHOR

...view details