ଓଡିଶା

odisha

ETV Bharat / state

RTPCR ରିପୋର୍ଟ ନେଗେଟିଭ ଥିଲେ ହିଁ ରଥଯାତ୍ରାରେ ସାମିଲ ହେବେ ସେବାୟତ

ଗୁରୁବାର ଠାରୁ ରଥଯାତ୍ରାରେ ସମ୍ପୃକ୍ତ ଥିବା ସେବାୟତଙ୍କ ଆରଟିପିସିଆର ଟେଷ୍ଟ ହେବ । ରିପୋର୍ଟ ନେଗେଟିଭ ଥିବା ସେବାୟତ ହିଁ ରଥଯାତ୍ରାରେ ସାମିଲ ହେବା ନେଇ କହିଛନ୍ତି ପୁରୀ ଜିଲ୍ଲାପାଳ । ଅଧିକ ପଢନ୍ତୁ...

RTPCR ରିପୋର୍ଟ ନେଗେଟିଭ ଥିବା ସେବାୟତ ରଥଯାତ୍ରାରେ ସାମିଲ ହେବେ: ଜିଲ୍ଲାପାଳ
RTPCR ରିପୋର୍ଟ ନେଗେଟିଭ ଥିବା ସେବାୟତ ରଥଯାତ୍ରାରେ ସାମିଲ ହେବେ: ଜିଲ୍ଲାପାଳ

By

Published : Jul 7, 2021, 3:35 PM IST

ପୁରୀ: ଚଳିତବର୍ଷ ବିନା ଭକ୍ତରେ ରଥଯାତ୍ରା ଅୟୋଜନ ନେଇ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ସରିଛି । ଆସନ୍ତା କାଲି(ଗୁରୁବାର) ଠାରୁ ରଥଯାତ୍ରାରେ ସମ୍ପୃକ୍ତ ଥିବା ସେବାୟତଙ୍କର ଆରଟିପିସିଆର ଟେଷ୍ଟ ହେବ । ତେଣୁ, ସେବାୟତ ମାନେ କୋଭିଡ ଟେଷ୍ଟ କରାଇ ନେବାକୁ ପୁରୀ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

RTPCR ରିପୋର୍ଟ ନେଗେଟିଭ ଥିବା ସେବାୟତ ରଥଯାତ୍ରାରେ ସାମିଲ ହେବେ: ଜିଲ୍ଲାପାଳ

ସେହିପରି ସମସ୍ତ ସେବାୟତଙ୍କ ଡବଲ ଡୋଜ କୋଭିଡ ଟିକା ଦେବାର ବ୍ୟବସ୍ଥା ହୋଇଛି । ତେଣୁ ଯେଉଁ ସେବାୟତ ମାନେ ରଥଯାତ୍ରାରେ ସାମିଲ ହେବେ ସେମାନେ ଡବଲ ଡୋଜ ଟିକା ନେବାକୁ ଜିଲ୍ଲାପାଳ କହିଛନ୍ତି । ଏନେଇ କୋଭିଡ ପରୀକ୍ଷା କେନ୍ଦ୍ର ଓ ଟୀକାକରଣ ପ୍ରସ୍ତୁତ କେନ୍ଦ୍ର ହୋଇଛି । ସେଠାରେ ଯାଇ କୋଭିଡ ଟେଷ୍ଟ ଓ କୋଭିଡ ଟିକା ନେବାକୁ ଜିଲ୍ଲାପାଳ ଆବେଦନ କରିଛନ୍ତି ।

ଚଳିତ ରଥଯାତ୍ରାରେ କେବଳ ସେବାୟତ ମାନେ ରଥ ଟାଣିବେ । ସରକାରଙ୍କ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଯେଉଁ ସେବାୟତଙ୍କ RTPCR ରିପୋର୍ଟ ନେଗେଟିଭ ଥିବ ଓ ଡବଲ ଡୋଜ କୋଭିଡ ଟିକା ନେଇଥିବେ ସେମାନେ ହିଁ କେବଳ ରଥଯାତ୍ରାରେ ସାମିଲ ହୋଇପାରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details