ପୁରୀ: ପୌଷ ଅମାବାସ୍ୟାରେ ଖଣ୍ଡ ଗ୍ରାସ କେତୁଗ୍ରସ୍ଥ ସୂର୍ଯ୍ୟପରାଗ । ସୂର୍ଯ୍ୟ ପରାଗ ପାଇଁ ବୁଧବାର ରାତି ୮ଟା ୨୦ରୁ ପାକ ତ୍ୟାଗ, ଅନ୍ନ ଭୋଜନ, ଦେବନୀତି ଆଦି ନିଷେଧ ହୋଇଥିଲା । ଆଉ ଗୁରୁବାର ସକାଳ 8ଟା 20 ମିନିଟ 8ସେକେଣ୍ଡରେ ପରାଗ ସ୍ପର୍ଶ ହୋଇ 3 ଘଣ୍ଟା 9ମିନିଟ୍ ପର୍ଯ୍ୟନ୍ତ ରହିଥିଲା ।
ଏହି କ୍ରମରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଛି । ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଚନ୍ଦ୍ର ଗ୍ରହଣ ହେଉ ଅବା ସୂର୍ଯ୍ୟପରାଗ ସ୍ପର୍ଶ ସମୟରେ ସମସ୍ତ ଦେବାଦେବୀ ମନ୍ଦିରରେ ଦେବନୀତି ନିଷେଧ ଥିବାବେଳେ ଶ୍ରୀମନ୍ଦିରରେ ସମସ୍ତ ଦେବନୀତି ଚାଲିଥାଏ । ଯେହେତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଗ୍ରହରୂପି ଜନାର୍ଦ୍ଦନ, ତେଣୁ ତାଙ୍କର ପରାଗ କିମ୍ବା ଗ୍ରହଣ ପରେ ଦେବନୀତି ଆରମ୍ଭ ହୋଇଥାଏ ।