ଓଡିଶା

odisha

By

Published : Nov 25, 2022, 8:46 PM IST

ETV Bharat / state

କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ପାଇଁ ସମୀକ୍ଷା ବୈଠକ

କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ଆୟୋଜନ ନେଇ ସମୀକ୍ଷା ବୈଠକ । ପୁଣି ମନମୋହିବ କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତିକ ବାଲୁକାକଳା ମହୋତ୍ସବ । ଅଧିକ ପଢନ୍ତୁ

କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ପାଇଁ ସମୀକ୍ଷା ବୈଠକ
କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ପାଇଁ ସମୀକ୍ଷା ବୈଠକ

ପୁରୀ: ଆୟୋଜନ ହେବ କୋଣାର୍କ ମହୋତ୍ସବ । ଚଳିତଥର ମହୋତ୍ସବରେ ନାମିଦାମୀ କଳାକାରଙ୍କ ଦ୍ବାରା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ହେବ ନୃତ୍ୟ ପରିବେଷଣ । ଚନ୍ଦ୍ରଭାଗା ବେଳାଭୂମିରେ ନିଖୁଣ କଳା ପରିଦର୍ଶନ କରିବେ ବାଲୁକା ଚିତ୍ର ଶିଳ୍ପୀ । ଏନେଇ ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ କୋଣାର୍କ ଯାତ୍ରୀ ନିବାସ ଠାରେ କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀୟ ବାଲୁକା ମହୋତ୍ସବ ୨୦୨୨ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥର ମଧ୍ୟ ମୀନାବଜାର ଓ ଯାତ୍ରାର ମଜା ଉଠାଇବେ ଦର୍ଶକ । ଏନେଇ ପୁରୀ ଜିଲ୍ଲାପାଳ ଙ୍କ ଦ୍ବାରା ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜନ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ପାଇଁ ସମୀକ୍ଷା ବୈଠକ

ପାଞ୍ଚ ଦିନ ଧରି ଆୟୋଜିତ ଏହି କୋଣାର୍କ ମହୋତ୍ସବ ଓ ବାଲୁକା ମହୋତ୍ସବ ପାଇଁ ଆର୍ନ୍ତଜାତୀୟ କଳାକାରଙ୍କ ସମେତ ବିଭିନ୍ନ ରାଜ୍ୟ ର ନୃତ୍ୟଶିଳ୍ପୀ ଓ ବାଲୁକା ଚିତ୍ରଶିଳ୍ପୀ ଯୋଗଦେବେ । ଘୁଙ୍ଗୁରର ତାଳେ ତାଳେ କମ୍ପିବ କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚ । ଶାସ୍ତ୍ରୀୟ ସଙ୍ଗୀତ ଓ ବାଦ୍ୟ ପୁଣି ଥରେ ଦର୍ଶକଙ୍କର ମନମୋହିବ । କୋଭିଡ କଟକଣା କୋହଳ ହେବା ପରେ ପୁଣି ଚଳଚଞ୍ଚଳ ହେବ କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀୟ ବାଲୁକା କଳା ଉତ୍ସବ ।

ପ୍ରଥମ ଥର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ସିସି ଟିଭିର ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ମୀନାବଜାର ଓ ଯାତ୍ରାକୁ ଚଳିତ ବର୍ଷ ଅନୁମତି ପ୍ରଦାନ କରାଯାଇଛି । ମୀନାବଜାର ପାଇଁ ଷ୍ଟଲର ଦାୟିତ୍ବ କୋଣାର୍କ ଏନଏଏସି ହାତରେ ରହିଛି । ଚଳିତ ବର୍ଷ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଆଠ ପ୍ଲାର୍ଟୁନ ଫୋର୍ସ ମୁତୟନ ସହିତ ପେଟ୍ରୋଲିଂ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details