ପୁରୀ: ଆଜି ୭୫ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଶିଳ୍ପ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଓ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୌରସଂସ୍ଥା ପକ୍ଷରୁ ସ୍ୱଚ୍ଛ ସବାରିର ଓ ପୋଷ୍ଟାଲ ବିଭାଗର ପ୍ରଜ୍ଞାନ ମେଢ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ମନ୍ତ୍ରୀ ପୁରୀକୁ ବିଶ୍ୱସ୍ତରୀୟ କରିବା ନେଇ ରାଜ୍ୟସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ ।
ପୁରୀରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ - ପୁରୀରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଓ ଅତିରିକ୍ତ ଏସପି ମିହିର ପଣ୍ଡା, ପୌରଧିକାରୀ ଭରୋଜ ସ୍ୱାଇଁ ପ୍ରମୁଖ ବହୁ ପଦାଧିକାରୀ ଯୋଗଦାନ କରିଥିଲେ। ଆଜିର ପରେଡରେ ବିଭିନ୍ନ ସ୍କୁଲ , ପୋଲିସ ବିଭାଗରୁ ମୋଟ ୫୮ଟି କଣ୍ଟିଜେଣ୍ଟ ଅଂଶ ଗ୍ରହଣ କରିଥିଲେ।
ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ, ''ସାଧାରଣତନ୍ତ୍ର ଦିବସ ଓ ସ୍ଵାଧୀନତା ଦିବସକୁ ରାଜ୍ୟର ଯୁବପୀଢୀ ସଂକଳ୍ପ ଦିବସ ଭାବେ ପାଳନ କରନ୍ତୁ। ଦେଶ ଓ ରାଜ୍ୟର ପ୍ରଗତି, ସମୃଦ୍ଧି ପାଇଁ କେତେ ବାଟ ଆଗେଇ ଛନ୍ତି ଏହି ଦିବସରେ ସମୀକ୍ଷା କରନ୍ତୁ । ଦେଶ ଓ ରାଜ୍ୟର ପ୍ରଗତି ରେ ଯୁବପୀଢ଼ୀ ଦାୟିତ୍ଵ ନେବାକୁ ସେ ଆହ୍ବାନ ଦେଇଛନ୍ତି । ରାଜ୍ୟ ସରକାର ବିକାଶ ମୂଳକ କାର୍ଯ୍ୟ ସବୁଠି ପହଞ୍ଚିଛି । ଏଥିପାଇଁ ଓଡ଼ିଆବାସୀ ଏବେ ଗର୍ବରେ ମୁଣ୍ଡ ଟେକି ଚାଲି ପାରୁଛନ୍ତି । ରାଜ୍ୟର ଯୁବକଯୁବତୀ ମାନେ ଉଚ୍ଚ ଶିକ୍ଷା ଲାଭକରି ବଡ ବଡ କମ୍ପାନୀରେ ନିଯୁକ୍ତି ପାଉଛନ୍ତି । ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କାର୍ଯ୍ୟ କରୁଥିବା ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ। ସେହିପରି ଶକ୍ତି, ଶିଳ୍ପ କ୍ଷେତ୍ରରେ ରାଜ୍ୟ ବେଶ ଆଗେଇ ଥିବା ବେଳେ ରାଜ୍ୟକୁ ପୁଞ୍ଜି ନିବେଶ ବଢୁଛି। ପୁରୀ ସହରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି । ପୁରୀ ସହରରେ ବିଦ୍ୟୁତ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ 4ଟି ଗ୍ରିଡ ରହିଛି । ଭୂତଳ କେବୁଲରେ ବିଦ୍ୟୁତ କରଣ କରାଯାଉଛି। ତେବେ ରାଜ୍ୟରେ ପାୱାର କଟ ହେଉନାହିଁ । ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ଭାବେ ପରିଗଣିତ ହେଇଛି । କେବଳ କେତେକ ଯନ୍ତ୍ରୀ ତ୍ରୁଟି, ମରାମତି ପାଇଁ ବିଦ୍ୟୁତ୍ କାଟ କରାଯାଉଛି।
ଇଟିଭି ଭାରତ, ପୁରୀ