ଓଡିଶା

odisha

ETV Bharat / state

ବ୍ରହ୍ମଗିରିରେ ରିଲିଫ ଲୁଟିନେଲେ ବାତ୍ୟା ବିପନ୍ନ

ପ୍ରଳୟଙ୍କାରୀ ତାଣ୍ଡବ ରଚିଥିବା ବାତ୍ଯା 'ଫନି' ବ୍ରହ୍ମଗିରିକୁ କରିଦେଇଛି ବିଚ୍ଛିନ୍ନ । ନିର୍ବାଚନ ମଣ୍ଡଳୀର ସମୁଦାୟ 33ଟି ପଞ୍ଚାୟତର ଲକ୍ଷାଧିକଙ୍କ ଆର୍ଥିକ ରୋଜଗାର ମେରୁଦଣ୍ଡ ଉପରେ ଦେଇଛି ଶକ୍ତ ପ୍ରହାର । ଲୋକେ ସରକାରୀ ସହାୟତା ନପାଇ ବ୍ଲକରୁ ଲୁଟି ନେଇଛନ୍ତି ପାଲ ଓ ଶୁଖିଲା ଖାଦ୍ଯ ।

By

Published : May 8, 2019, 7:19 PM IST

ଫଟୋ ସୌଜନ୍ୟ : ପ୍ରତିନିଧି,. ବ୍ରହ୍ମଗିରି

ବ୍ରହ୍ମଗିରି : ପ୍ରଳୟଙ୍କାରୀ ତାଣ୍ଡବ ରଚିଥିବା ବାତ୍ଯା 'ଫନି' ବ୍ରହ୍ମଗିରିକୁ କରିଦେଇଛି ବିଛିନ୍ନ । ନିର୍ବାଚନ ମଣ୍ଡଳୀର ସମୁଦାୟ 33 ଟି ପଞ୍ଚାୟତର ଲକ୍ଷାଧିକ ଲୋକଙ୍କ ଆର୍ଥିକ ରୋଜଗାରର ମେରୁଦଣ୍ଡ ଉପରେ ଦେଇଛି ଶକ୍ତ ପ୍ରହାର । ମୁଣ୍ଡ ଗୁଞ୍ଜିବାକୁ ଥିବା ବାସଗୃହ ଖଣ୍ଡକକୁ ବି ଭସାଇ ଦେଇଛି । ନା ସେମାନଙ୍କ ପାଖରେ ଖାଇବାକୁ ଅଛି ନା ପିଇବା ପାଣି ଅଛି । ଲୋକେ ସରକାରୀ ସହାୟତା ନପାଇ ବ୍ଲକରୁ ଲୁଟି ନେଇଛନ୍ତି ପାଲ ଓ ଶୁଖିଲା ଖାଦ୍ଯ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,. ବ୍ରହ୍ମଗିରି

ଅଧିକାଂଶ ଲୋକେ ବାସଗୃହ ହରାଇ ବାତ୍ଯା ଆଶ୍ରୟସ୍ଥଳୀରେ ରହୁଛନ୍ତି । ସରକାରଙ୍କ ରିଲିଫ ସାମଗ୍ରୀକୁ ଏବେବି ଚାତକ ଭଳି ଚାହିଁ ରହିଛନ୍ତି ଏମାନେ । କିନ୍ତୁ ଏପରି ସମୟରେ ବ୍ଲକ ଓ ତହସିଲର ଅଫିସର ମାନେ କାର୍ଯ୍ଯାଳୟ ବନ୍ଦ କରି ତିନି ଦିନ ହେବ ଲୁଚିଛନ୍ତି । ଏହି ଘଟଣାକୁ ନେଇ ପ୍ରାୟ ସବୁ ସ୍ଥାନରେ ବାତ୍ଯା ବିପନ୍ନଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି ।

ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଡାକି ବ୍ରହ୍ମଗିରି ଥାନାରେ ଏକ ବୈଠକ କରିଛି । ରିଲିଫ୍ ସାମଗ୍ରୀ ମଧ୍ୟ ପଠାଇଛି । କିନ୍ତୁ ଯେତିକି ପରିମାଣର ସାମଗ୍ରୀ ଦିଆଯାଇଛି ତାହା ଯଥେଷ୍ଟ ନୁହେଁ । ବିପନ୍ନ ମାନଙ୍କୁ ଯଦି ଏହା ବଣ୍ଟାଯାଏ କେବଳ କଳହ ସୃଷ୍ଟି ହେବ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ସରପଞ୍ଚ ।

ବ୍ରହ୍ମଗିରିରୁ ଦେବାଶିଷ୍ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details