ହାଇଦ୍ରାବାଦ: ପ୍ରଳୟଙ୍କାରୀ ବନ୍ୟାର ବିଭିଷୀକା ଯେତିକି ଭୟଙ୍କର ଥିଲା ତାହାଠାରୁ ବେଶ ବିଭତ୍ସ ରହିଛି ବନ୍ୟା ପୀଡିତଙ୍କ ଜୀବନ । ପାଣି ଛାଡିବା ପରେ ସୀମା ଲଂଘିଛି ଜୀବନର ଯନ୍ତ୍ରଣା । ପିଇବାକୁ ଶୁଦ୍ଧ ପାଣି ମୁନ୍ଦେ ମିଳୁ ନଥବାବେଳେ ସଞ୍ଚିତ ଥିବା ସାଧନ ମୁତାବକ ଖାଦ୍ୟ ମଧ୍ୟ ଶେଷ ହୋଇ ଯାଇଛି । ଆଉ ଏହି ପରିସ୍ଥିତିରେ ବନ୍ୟା ପ୍ରପୀଡିତଙ୍କ ପାଖରେ ପହଁଚି ସାଧନ ମୁତାବକ ସହାୟତା ପ୍ରଦାନ କରିଛି ନିମାପଡାର ଅଗ୍ରଣୀ ସାମାଜିକ ସଂଗଠନ ‘ଯୁବ ବିକାଶ ପରିଷଦ’ ।
ବନ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲା ନିମାପଡା ବ୍ଲକର ବାମନାଳ ପଞ୍ଚାୟତରେ ପହଁଚିଛି ଯୁବ ବିକାଶ ପରିଷଦ । ଭୂତୁପଦା ଗ୍ରାମର ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଏବଂ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି ସଂଗଠନର ସଦସ୍ୟ । ଗ୍ରାମର ୧୦୦ ଟି ପରିବାର ପାଇଁ ଚୂଡା, ମିକ୍ସର , ବିସ୍କୁଟ, ମଶା ଧୂପ, ଶୁଦ୍ଧ ପାନୀୟ ଜଳ ଆଦି ପ୍ରଦାନ କରାଯାଇଛି ।