ଓଡିଶା

odisha

By

Published : May 26, 2020, 11:25 PM IST

Updated : May 27, 2020, 12:58 PM IST

ETV Bharat / state

ଶେଷ ହେଲା ତିନି ରଥର ଚକ ଓ ଅଖ କାର୍ଯ୍ୟ

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣରେ ଲାଗି ପଡିଛନ୍ତି ବିଶ୍ବକର୍ମାଙ୍କ ସମେତ ଅନ୍ୟ ସେବକ । ଇତି ମଧ୍ୟରେ ମଙ୍ଗଳବାର ତିନି ରଥର 42ଟି ଚକ ଓ 21ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

Wheels and spokes work, puri latest news, rathyatra preparation in puri, rathayatra preparation, ଚକ ଓ ଅଖ କାର୍ଯ୍ୟ, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ପୁରୀରେ ରଥଯାତ୍ରା ପ୍ରସ୍ତୁତି, ରଥଯାତ୍ରା ପ୍ରସ୍ତୁତି
ଶେଷ ହେଲା ତିନି ରଥର ଚକ ଓ ଅଖ କାର୍ଯ୍ୟ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣରେ ଲାଗି ପଡିଛନ୍ତି ବିଶ୍ବକର୍ମାଙ୍କ ସମେତ ଅନ୍ୟ ସେବକ । ଇତି ମଧ୍ୟରେ ମଙ୍ଗଳବାର ତିନି ରଥର 42ଟି ଚକ ଓ 21ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସେପଟେ ଦଣ୍ଡା ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ଆଗକୁ ଆସୁଥିବା ଦେବସ୍ନାନ ପୂର୍ଣ୍ଣିମାରେ ଚାରି ନାହାକ ଉଠିବାର ପରମ୍ପରା ଥିବାରୁ ଚାରି ନାହାକା କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି ।

ଶେଷ ହେଲା ତିନି ରଥର ଚକ ଓ ଅଖ କାର୍ଯ୍ୟ

ସେହିପରି ରୂପକାର ସେବକମାନେ ଗୁଜରେ ସିଂହ ବରାଳ ରୂପ ଖୋଦେଇ ଏବଂ ପଲିସ କାମ ଚାଲୁ ରଖିଛନ୍ତି । ଏହାସହ ନାଟଗୋଡ଼ରେ ରାହୁ ମୂର୍ତ୍ତି ଅଙ୍କନ ସହ ଖୋଦେଇ କାମ ଚାଲିଛି । ଦୋଳ ବେଦୀ କୋଣରେ ନନ୍ଦିଘୋଷ ରଥର ପୋଲଗୟଳ ଚିରଟ କାର୍ଯ୍ୟ ଚାଲିଛି । ସମାନ ଭାବେ କମାରଶାଳରେ ଓଝା ସେବକମାନେ ଆବଶ୍ୟକ ପରିମାଣର ଦଣ୍ଡା କଣ୍ଟା, ଗୟଳ କଣ୍ଟା ଆଦି ପ୍ରସ୍ତୁତିରେ ଲାଗି ପଡିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 27, 2020, 12:58 PM IST

ABOUT THE AUTHOR

...view details