ଓଡିଶା

odisha

By

Published : May 22, 2020, 11:30 PM IST

Updated : May 23, 2020, 11:07 AM IST

ETV Bharat / state

ତିନି ରଥର ଗୟଳ ଚିରଟ କାର୍ଯ୍ୟ ଆରମ୍ଭ

ସୁରୁଖୁରୁରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ତାଳଧ୍ବଜ ରଥର 11ଟି ଚକ ତିଆରି ଶେଷ ହୋଇଥିବା ସହ ଅନ୍ୟ ଦୁଇଟିର ତୁମ୍ଭରେ ଅର ସଂଯୋଗ ହୋଇ ପଇ ବିନ୍ଧ କାର୍ଯ୍ୟ ଚାଲିଛି । ଅଧିକ ପଢ଼ନ୍ତୁ...

puri latest news, rathayatra 2020, gayala chirata of three carts, rathayatra preparation in puri, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ପୁରୀରେ ରଥଯାତ୍ରା ପ୍ରସ୍ତୁତି, ତିନି ରଥର ଗୟଳ ଚିରଟ ଆରମ୍ଭ, ରଥଯାତ୍ରା 2020
ତିନି ରଥର ଗୟଳ ଚିରଟ କାର୍ଯ୍ୟ ଆରମ୍ଭ

ପୁରୀ: ସୁରୁଖୁରୁରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ତାଳଧ୍ବଜ ରଥର 11ଟି ଚକ ତିଆରି ଶେଷ ହୋଇଥିବା ସହ ଅନ୍ୟ ଦୁଇଟିର ତୁମ୍ଭରେ ଅର ସଂଯୋଗ ହୋଇ ପଇ ବିନ୍ଧ କାର୍ଯ୍ୟ ଚାଲିଛି । ସେହିପରି ଦେବଦଳନ ରଥର 9ଟି ଚକ କାର୍ଯ୍ୟ ଶେଷ ହୋଇଛି । ଅନ୍ୟ ଗୋଟିଏ ତୁମ୍ଭରେ ଅର ସଂଯୋଗ ଚାଲିଥିବା ବେଳେ ପଇ ବିନ୍ଧ କାର୍ଯ୍ୟ ଚାଲିଛି । ସମାନ ଭାବେ ନନ୍ଦିଘୋଷ ରଥର 11ଟି ଚକ କାର୍ଯ୍ୟ ଶେଷ ହୋଇଛି ।

ତିନି ରଥର ଗୟଳ ଚିରଟ କାର୍ଯ୍ୟ ଆରମ୍ଭ

ତାଳଧ୍ବଜ ରଥର ସମସ୍ତ 7 ଗୋଟି ଅଖ ଶେଷ ହୋଇ ମଠା କାର୍ଯ୍ୟ ଚାଲିଥିବା ବେଳେ ଦେବଦଳନ ରଥର ସମସ୍ତ 6 ଗୋଟି ଅଖ ଶେଷ ହୋଇଛି । ଅନ୍ୟପଟେ ନନ୍ଦିଘୋଷ ରଥର 6ଟି ଅଖ ଶେଷ ହୋଇ 2ଟି ଅଖର କାର୍ଯ୍ୟ ଚାଲିଛି । ସେହିପରି 3 ରଥର ଚାରି ନାହାକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ସହ 3 ରଥର 2ଟି ଲେଖାଏଁ ଗରଗରା କାର୍ଯ୍ୟ ଚାଲିଛି । ଦୋଳ ବେଦୀ କୋଣରେ କରତି ସେବକଙ୍କ ଦ୍ଵାରା ଗୟଳ ଚିରଟ କାର୍ଯ୍ୟ ଚାଲିଛି ।

ସେହିପରି ଓଝା ସେବକମାନେ ରଥରରେ ଲାଗିବାକୁ ଥିବା ଅଖ କଣ୍ଟା, ଚଉରସ କଣ୍ଟା ତିଆରିରେ ଲାଗିଛନ୍ତି । ଅନ୍ୟପଟେ ପ୍ରତିଦିନ ଭଳି ଶୁକ୍ରବାର ସକାଳେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ସମସ୍ତ ସେବକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 23, 2020, 11:07 AM IST

ABOUT THE AUTHOR

...view details