ପୁରୀ:ବାହୁଡା ଯାତ୍ରା ପାଇଁ ଦକ୍ଷିଣ ମୋଡ ନେଇଛନ୍ତି ୩ ରଥ । ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ତିନି ରଥର ଦକ୍ଷିଣ ମୋଡ ହୋଇଛି । ଗୁଣ୍ଡିଚା ମନ୍ଦିର ସିଂହଦ୍ବାରରେ ଥିବା ୩ ରଥକୁ ପୋଲିସ କର୍ମଚାରୀ ଓ ସେବାୟତମାନେ ଦକ୍ଷିଣ ମୋଡ କରିଛନ୍ତି ।
ଘର ବାହୁଡ଼ିବେ ମହାବାହୁ: ଆଜ୍ଞାମାଳ ପରେ ଦକ୍ଷିଣ ମୋଡ ନେଲା ୩ ରଥ - ମହାପ୍ରଭୁଙ୍କ ଆଜ୍ଞାମାଳ
ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ୩ ରଥର ଦକ୍ଷିଣ ମୋଡ କରାଯାଇଛି । ଅଧିକ ପଢନ୍ତୁ...
ରଥଯାତ୍ରା: ଆଜ୍ଞାମାଳ ପରେ ଦକ୍ଷିଣ ମୋଡ ନେଲେ ୩ ରଥ
ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ଶୁଭଦ୍ରାଙ୍କ ରଥକୁ ଦକ୍ଷିଣ ମୋଡ କରାଯାଇଛି । ଏହାପରେ ଦୁଇ ଭାଇ ନନ୍ଦିଘୋଷ ଓ ତାଳଧ୍ବଜ ରଥକୁ ଦକ୍ଷିଣ ମୋଡ କରାଯାଇଛି । ୩ ରଥକୁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ କରାଯାଇଛି । ସେପଟେ ରଥରେ ସୃଷ୍ଟି ହୋଇଥିବା ଫାଟର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି । ତେବେ ଆସନ୍ତା ୨୦ ତାରିଖରେ ବାହୁଡାଯାତ୍ରା ପାଇଁ ୩ ରଥ ପ୍ରସ୍ତୁତ ଥିବା ରଥ ତତ୍ତ୍ବବଧାରକ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Jul 17, 2021, 3:59 PM IST