ଓଡିଶା

odisha

ETV Bharat / state

ଦରିଆ ପାରିରେ ଯାତ୍ରା: ଆମେରିକାରେ ଗଡିଲା କାଳିଆ ରଥ

ଆମେରିକାରେ ନର୍ଥ କାରୋଲିନାରେ ପାଳିତ ହୋଇଯାଇଛି ରଥଯାତ୍ରା । ନୃତ୍ୟ, କୀର୍ତ୍ତନ, ଗିନି, ଝାଞ୍ଜ ତାଳେ ତାଳେ ଭକ୍ତ ଟାଣିଲେ ମହାପ୍ରଭୁଙ୍କ ରଥ ।

By

Published : Jul 16, 2019, 12:03 AM IST

Updated : Jul 16, 2019, 12:47 AM IST

ଡିଜାଇନ ଫଟୋ ସୌଜନ୍ୟ: ଅରବିନ୍ଦ ବେହେରା, ନର୍ଥ କାରୋଲିନା

ହାଇଦ୍ରାବାଦ: ବିଶ୍ବର ଠାକୁର ଭକ୍ତ ଭାବଗ୍ରାହୀ କାଳିଆ ସାଆନ୍ତେ । ବର୍ଷକୁ ଥରେ ପୁରୀ ବଡଦାଣ୍ଡରେ ଗଡେ ଶ୍ରୀକ୍ଷେତ୍ର ସାଆନ୍ତେଙ୍କ ରଥ । ଭାଇଭଉଣୀଙ୍କୁ ସଂଗେ ଘେନି ରତ୍ନବେଦୀରୁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଯାଏ କାଳିଆ ଦିଅଁ । ଏହା ସବୁଠାରୁ ଭବ୍ୟ ପର୍ବ ଯେ ଖାଲି ଭାରତରେ ପାଳିତ ହୁଏ ତାହା ନୁହେଁ, ବିଦେଶରେ ବି ଗଡେ କାଳିଆର ରଥ ।

ଭିଡିଓ ସୌଜନ୍ୟ: ଅରବିନ୍ଦ ବେହେରା, ନର୍ଥ କାରୋଲିନା

ଆମେରିକା ନର୍ଥ କାରୋଲିନାରେ ପାଳିତ ହୋଇଯାଇଅଛି ରଥଯାତ୍ରା । ନୃତ୍ୟ, କୀର୍ତ୍ତନ, ଗିନି, ଝାଞ୍ଜ ତାଳେ ତାଳେ ଭକ୍ତ ଟାଣିଛନ୍ତି ମହାପ୍ରଭୁଙ୍କ ରଥ । ମହାପ୍ରଭୁଙ୍କ ନାମ, ଧାମ ତତ୍ତ୍ବ, ତୀର୍ଥ ଓ ସଂସ୍କୃତି ବିଶ୍ବ ବ୍ୟାପକ । ମହାବାହୁଙ୍କ ଲୀଳା, ନାମ, ମହିମା ବିଚତ୍ର ବିଶ୍ବ ବିସ୍ତୃତ । ସେଇଥିପାଇଁ ତ ସୂଦୁର ଆମେରିକାରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି ରଥଯାତ୍ରା ।

ଅରବିନ୍ଦ ବେହେରା, ନର୍ଥ କାରୋଲିନା, ଆମେରିକା

Last Updated : Jul 16, 2019, 12:47 AM IST

For All Latest Updates

ABOUT THE AUTHOR

...view details