ଓଡିଶା

odisha

ETV Bharat / state

ସତ୍ୟବାଦୀରେ ଯୁବତୀଙ୍କୁ ଦୁଷ୍କର୍ମ !

ସତ୍ୟବାଦୀରେ ଚାଞ୍ଚଲ୍ୟ । ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଜଣକ ପୀଡିତାଙ୍କ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ଜବରଦସ୍ତି ଘରକୁ ଡାକିନେଇ ଦୁଷ୍କର୍ମ । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛି ।

By

Published : Dec 16, 2019, 3:17 PM IST

Updated : Dec 16, 2019, 4:30 PM IST

pur-i-rape-allegation
pur-i-rape-allegation

ପୁରୀ: ସତ୍ୟବାଦୀ ଥାନା ଅନ୍ତର୍ଗତ ଡେଲାଙ୍ଗ ଅଞ୍ଚଳରେ ଦୁଷ୍କର୍ମ । ଜଣେ ଯୁବତୀଙ୍କୁ ବିବାହିତ ଯୁବକ ପୂର୍ଣ୍ଣଚନ୍ଦ୍ର ଦାସ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ନେଇ ସତ୍ୟବାଦୀ ଥାନାରେ ହୋଇଛି ଅଭିଯୋଗ । ଅଭିଯୁକ୍ତ ଜଣକ ଉକ୍ତ ଯୁବତୀର ସମ୍ପର୍କୀୟ ଭାଇ ହେବ ବୋଲି ପୀଡିତାଙ୍କ ପରିବାର ଲୋକେ କହିଛନ୍ତି ।

ସତ୍ୟବାଦୀରେ ସମ୍ପର୍କୀୟ ଭାଇର ଅମାନବୀୟ କାଣ୍ଡ..

ପୀଡିତାର ବାହାଘର ଆସନ୍ତା ଫେବୃଆରୀ ମାସରେ ହେବାକୁ ଥିବା ବେଳେ ଏଭଳି ଘଟଣା ପୀଡିତାର ପରିବାରର ଲୋକଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି । ଅଭିଯୁକ୍ତକୁ ଫାଶୀ ଦିଆଯାଉ ବୋଲି ପୀଡିତା ଓ ତାଙ୍କ ମା ଦାବି କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାରୁ ପ୍ରକାଶ ଯେ ଯୁବତୀ ଜଣଙ୍କ ତାଙ୍କ ବାପାଙ୍କ ଭତ୍ତା ଟଙ୍କା ନେଇ ଘରକୁ ଫେରୁଥିଲେ । ମାତ୍ର ସେ ସମୟରେ ଉକ୍ତ ଅଭିଯୁକ୍ତ ଜଣଙ୍କ ଜୋର ଜବରଦସ୍ତ ଯୁବତୀଙ୍କୁ ଘରକୁ ନେଇଯାଇଥିଲେ ଏବଂ ଦୁଷ୍କର୍ମ କରିଥିଲେ ।

ପ୍ରାୟ ତିନି ଘଣ୍ଟା ଧରି ଯୁବକ ଜଣଙ୍କ ତାଙ୍କୁ ବନ୍ଦ କରି ରଖିଥଲେ । ମାତ୍ର ଯୁବତୀ ସେହି ଘରେ ଥିବା ଏକ ଫୋନରୁ ନିଜ ଘରକୁ ଫୋନ କରି ଘଟଣା ବିଷୟରେ କହିବାରୁ ତାଙ୍କ ମା ଓ ସ୍ଥାନୀୟ ଲୋକେ ଝିଅକୁ ଉଦ୍ଧାର କରିଥିଲେ । ଏହା ପରେ ଗ୍ରାମର କେତେକ ଯୁବକ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ସତ୍ୟବାଦୀ ପୋଲିସ ଓ ଗ୍ରାମବାସୀଙ୍କ ସହଯୋଗରେ ଯୁବତୀ ଜଣଙ୍କୁ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ପିପିଲି ଏସଡିପିଓ ଖବର ପାଇ ସତ୍ୟବାଦୀ ଥାନାରେ ପହ‌ଞ୍ଚି ସମସ୍ତ ଦିଗ ପ୍ରତି ଅନୁଧ୍ୟାନ କରୁଥିବା ଜଣାପଡିଛି । ଅଭିଯୁକ୍ତ ଏହି ଘଟଣା ଘଟାଇ ଫେରାର ହୋଇଯାଇଛି ।

ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ଯୁବକ ଜଣଙ୍କ ପୂର୍ବରୁ ଏହିପରି ଅନେକ କେସ କରିଥିବା ଜଣାପଡିଛି । ପୂର୍ବରୁ ଗ୍ରାମରେ ଭୁଲ ମାଗି କେସ ରଫା ଦଫା କରିଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ଜଣାପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 16, 2019, 4:30 PM IST

ABOUT THE AUTHOR

...view details