ଓଡିଶା

odisha

Ramayan Ram In Puri: ମହାପ୍ରଭୁଙ୍କୁ ଦର୍ଶନ କଲେ ଅରୁଣ ଗୋଭିଲ, ଭୁବନେଶ୍ୱରରୁ ଆରମ୍ଭ ହେବ ସୁନୋ ଶ୍ରୀରାମ କାହାନୀ

By

Published : Feb 4, 2023, 10:30 PM IST

ଆସନ୍ତାକାଲି ଠାରୁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ‘ସୁନୋ ଶ୍ରୀରାମ କାହାନୀ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡିଶା ଆସିଛନ୍ତି ଅରୁଣ ଗୋଭିଲ । ସଂଧ୍ୟାରେ ଶ୍ରୀମନ୍ଦିରରେ ପହଞ୍ଚି ଦାରୁବ୍ରହ୍ମଙ୍କୁ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ମହାପ୍ରଭୁଙ୍କୁ ଦର୍ଶନ କଲେ ଅରୁଣ ଗୋଭିଲ
ମହାପ୍ରଭୁଙ୍କୁ ଦର୍ଶନ କଲେ ଅରୁଣ ଗୋଭିଲ

Ramayan Ram In Puri: ମହାପ୍ରଭୁଙ୍କୁ ଦର୍ଶନ କଲେ ଅରୁଣ ଗୋଭିଲ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଲୋକପ୍ରିୟ ଟେଲିଭିଜନ କଳାକାର ତଥା ଚର୍ଚ୍ଚିତ ରାମାୟଣ ଧାରାବାହିକରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଆସନ୍ତାକାଲି ଠାରୁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ‘ସୁନୋ ଶ୍ରୀରାମ କାହାନୀ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡିଶା ଆସିଛନ୍ତି ଅରୁଣ ଗୋଭିଲ । ସଂଧ୍ୟାରେ ଶ୍ରୀମନ୍ଦିରରେ ପହଞ୍ଚି ଦାରୁବ୍ରହ୍ମଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ଗୋଭିଲ କହିଛନ୍ତି, ‘‘ ପ୍ରତିଟି ଘରେ ଯୁବପିଢି ଶ୍ରୀରାମଙ୍କ ଗୁଣ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପିତାମାତା ଗୁରୁଜନଙ୍କୁ ସମ୍ମାନ ଦେବାର ଆବଶ୍ୟକତା ରହିଛି ।" ସେହିପରି ଅଯୋଧ୍ୟା ରାମ ମନ୍ଦିରକୁ ନେଇ ମଧ୍ୟ ଟିପ୍ପଣୀ ରଖି କହିଲେ ରାମ ମନ୍ଦିର ବହୁତ ପୂର୍ବରୁ ହେବାର ଥିଲା ।

ସୂଚନା ଯୋଗ୍ଯଯେ ଦୂରଦର୍ଶନରେ ସର୍ବାଧିକ ଲୋକପ୍ରିୟ ଧାରାବାହିକ ରାମାୟଣରେ ଶ୍ରୀରାମ ଚରିତ୍ରରେ ଅଭିନୟ କରି ଅରୁଣ ଆଜି ମଧ୍ୟ ସାରା ଭାରତର ଘରେ ଘରେ ପରିଚିତ । ସବୁଠାରୁ ବଡ କଥା ହେଉଛି ଅରୁଣଙ୍କ ଭିତରେ ଅନେକ ଲୋକ ଭଗବାନ ଶ୍ରୀରାମଙ୍କୁ ଦେଖିଥାନ୍ତି । ସେଥିପାଇଁ ସେ ଯୋଉଠି ଗଲେ ମଧ୍ୟ ତାଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ ଓ ଭକ୍ତି ଅଜାଡି ଦେଇଥାନ୍ତି ।

ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ଶୁଭାରମ୍ଭ ହେବ ‘ସୁନୋ ଶ୍ରୀରାମ କାହାନୀ’ ବା “ଶୁଣ ଶ୍ରୀରାମ କାହାଣୀ” l ଯାହାର ଶୁଭାରମ୍ଭ କରିବେ ଅରୁଣ ଗୋଭିଲ । ତାଙ୍କ ସହିତ ଉପସ୍ଥିତ ରହିବେ ପ୍ରାୟ ଚଉଦ ଜଣରୁ ଉର୍ଦ୍ଧ୍ବ ନାମୀ ଦାମୀ କଳାକାର l ରାମାୟଣର ବିଭିନ୍ନ କଥାବସ୍ତୁକୁ ଅଭିନୟ, ସଂଗୀତ ଓ ଚରିତ୍ର ଚିତ୍ରଣ ମାଧ୍ୟମରେ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯିବ l ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଫେବୃଆରି 5 ତାରିଖ ସନ୍ଧ୍ୟା 5 ଟାରେ ଏହି ସାରସ୍ୱତ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଦୁଇ ହଜାରରୁ ଉର୍ଦ୍ଧ୍ବ ନିମନ୍ତ୍ରିତ ଅତିଥି ଯୋଗଦେବେ l ରlମାନନ୍ଦ ସାଗରଙ୍କ ଟେଲିଭିଜନ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଚରିତ୍ରକୁ ଅତି ନିଖୁଣ ଭାବେ ଅଭିନୟ କରିଥିଲେ ଗୋଭିଲ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details