ଓଡିଶା

odisha

ETV Bharat / state

ବାତ୍ୟା ‘ଫନି’ ପ୍ରଭାବରେ ଭିଜିଲା ବଡଦାଣ୍ଡ

ଆସୁଛି ସାମୂଦ୍ରିକ ଝଡ ‘ଫନି’ । ଆଉ ମାତ୍ର କେଇ ଘଣ୍ଟା ପରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଗୁରୁବାର ପୁରୀରେ ଆରମ୍ଭ ହୋଇଛି ବର୍ଷା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : May 2, 2019, 5:54 PM IST

ପୁରୀ: ଆସୁଛି ସାମୂଦ୍ରିକ ଝଡ ‘ଫନି’ । ଆଉ ମାତ୍ର କେଇ ଘଣ୍ଟା ପରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଗୁରୁବାର ପୁରୀରେ ଆରମ୍ଭ ହୋଇଛି ବର୍ଷା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହା ଶୁକ୍ରବାର ପୁରୀରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହାର ପ୍ରଭାବ ଗୁରୁବାର ରୁ ଦେଖାଯିବା ଆରମ୍ଭ ହୋଇଛି । ଫଳରେ ଅପରାହ୍ନରୁ ଭିଜିଛି ସମଗ୍ର ପୁରୀ ସହର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସମୂଦ୍ରରୁ ସ୍ଥଳଭାଗ ଆଡକୁ ଗତି କରୁଥିବା ସମୟରେ ଏହା ଅଧିକ ପ୍ରଭାବଶାଳୀ ହୋଇ ଉଠିଥିବା ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ । ପ୍ରକାଶ ଯେ ଶୁକ୍ରବାର ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି 175ରୁ 200 କିଲୋମିଟର ରହିବା ନେଇ ଆକଳନ କରିଯାଇଛି ।

ପ୍ରସ୍ତୁତି ସ୍ବରୂପ ସାରା ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ପ୍ରକ୍ରିୟା । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ଓଡ୍ରାଫ୍‌ ଓ ଏନଡିଆର୍‌ଏଫ ଟିମ୍‌ ପଠାଯାଇଥିବା ବେଳେ ବାତ୍ୟାର ପରବର୍ତ୍ତୀ ସମୟରେ ଆବଶ୍ୟକ ହେବାକୁ ଥିବା ରିଲିଫ ସାମଗ୍ରୀ ସହ ରାଜୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣା ପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details