ଓଡିଶା

odisha

ETV Bharat / state

ପଟ୍ଟନାୟିକା ଛକ ଟ୍ରିପଲ ମର୍ଡର ଘଟଣା; ଆଉ 2 ଅଭିଯୁକ୍ତ ଗିରଫ

ପଟ୍ଟନାୟିକିଆ ଛକରେ ତିନିଜଣଙ୍କୁ ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୁରୀ ପୋଲିସ । ଏବେ ବି ଫେରାର ଅଛନ୍ତି ଆହୁରି ପାଞ୍ଚଜଣ ଅଭିଯୁକ୍ତ ।

By

Published : Jul 28, 2019, 7:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଗତ14 ତାରିଖରେ ସତ୍ୟବାଦୀ ଥାନା ପଟ୍ଟନାୟିକିଆ ଛକରେ ଟ୍ରିପଲ ମର୍ଡର ଘଟଣାରେ ପୁରୀ ପୋଲିସକୁ ବଡ ସଫଳତା ମିଳିଛି । ପୂର୍ବରୁ ଏହି ଘଟଣାରେ ସଂପୃକ୍ତ 8ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ଏହି ଦୁଇ ଅଭିଯୁକ୍ତ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଦର୍ଶାଇଛି । ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ମିଟୁ ବେହେରା ଓ ପ୍ରହ୍ଲାଦ ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବର୍ତ୍ତମାନ ଏହି ଜଘନ୍ୟ ଘଟଣାରେ ପୋଲିସ ମୋଟ ଆଠ ଜଣଙ୍କୁ ଗିରଫ କରିଥିବା ବେଳେ ଆହୁରି 5ଜଣ ଅଭିଯୁକ୍ତ ଅଛନ୍ତି ବୋଲି ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଏହି 5ଜଣଙ୍କୁ ମଧ୍ୟ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି ।

ପ୍ରକାଶ ଥାଉ କି ଜମିବାଡି ବିବାଦକୁ ନେଇ ଏହି ଭୟାନକ ହତ୍ୟାକାଣ୍ଡ ରଚିଥିଲେ ଅଭିଯୁକ୍ତ ମାନେ । ଯେଉଁଥିରେ ଗୋଟିଏ ପରିବାରର 2ଭାଇଙ୍କ ସହ ଆଉ ଜଣେ ସଂପର୍କୀୟ ଭାଇଙ୍କୁ ମଧ୍ୟ ଅଭିଯୁକ୍ତ ମାନେ ହତ୍ୟା କରିଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details