ଓଡିଶା

odisha

ETV Bharat / state

ଆଜିଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା, ଦର୍ଶନ ଉପରେ ଲାଗିଲା କଟକଣା

ଆଜିଠାରୁ ଆସନ୍ତା ମେ' ମାସ 15 ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ମାତ୍ର ଏହି ସମୟରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଚାଲୁ ରହିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଆଜିଠାରୁ ଦର୍ଶନ ଉପରେ ଲାଗିଲା କଟକଣା
ଆଜିଠାରୁ ଦର୍ଶନ ଉପରେ ଲାଗିଲା କଟକଣା

By

Published : Apr 26, 2021, 9:17 AM IST

ପୁରୀ: ଆଜିଠାରୁ ଭକ୍ତଙ୍କ ପାଇଁ ଜଗା ଦର୍ଶନ ମନା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତି ନେଇଛି । ଆଜିଠାରୁ ଆସନ୍ତା ମେ' ମାସ 15 ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ମାତ୍ର ଏହି ସମୟରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଚାଲୁ ରହିବ ବୋଲି ଜଣାପଡିଛି ।

ଆଜିଠାରୁ ଦର୍ଶନ ଉପରେ ଲାଗିଲା କଟକଣା

କୋରୋନାର ଦ୍ୱିତୀୟ ଲହରରେ ସେବାୟତ ଓ ତାଙ୍କ ପରିବାର ସଦସ୍ୟ, ଶ୍ରୀମନ୍ଦିର କର୍ମଚାରୀମାନେ ଆକ୍ରାନ୍ତ ହେବା ପରେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ଭବିଷ୍ୟତରେ ପ୍ରଭାବିତ ନହେବ, ସେଥିପାଇଁ ସରକାର ବାଧ୍ୟହୋଇ କଟକଣା ଜାରି କରିଛନ୍ତି ।

ତେବେ ଆସନ୍ତା 15 ତାରିଖ ଠାରୁ ମହାପ୍ରଭୁଙ୍କ 21 ଦିନିଆ ବାହାର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚୁପାଣ୍ଡବଙ୍କ ଚଳିତବର୍ଷ ଶ୍ରୀମନ୍ଦିରରୁ ଯାଇ ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡା କରିବେ ନା ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ, ସେ ସମ୍ପର୍କରେ ଆସନ୍ତା 6 ତାରିଖରେ ହେବାକୁ ଥିବା ଏକ ବୈଠକରେ ନିଷ୍ପତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details