ଓଡିଶା

odisha

By

Published : Aug 16, 2021, 9:45 AM IST

ETV Bharat / state

ଆଜିଠୁ ଜିଲ୍ଲା ବାହାର ଲୋକଙ୍କ ପାଇଁ ଖୋଲିଲା ସ୍ବର୍ଗଦ୍ବାର

ପୁରୀ ଜିଲ୍ଲା ବ୍ୟତିତ ବାହାର ଜିଲ୍ଲାବାସୀ ଓ ରାଜ୍ୟ ବାହାର ଲୋକ ଆଜିଠୁ ସ୍ୱର୍ଗଦ୍ବାରରେ କରିପାରିବେ ଅନ୍ତିମ ସତ୍କାର । ଅଧିକ ପଢନ୍ତୁ...

ଆଜିଠୁ ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ଖୋଲିଲା ସ୍ବର୍ଗଦ୍ବାର
ଆଜିଠୁ ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ଖୋଲିଲା ସ୍ବର୍ଗଦ୍ବାର

ପୁରୀ: ଆଜିଠୁ ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ଖୋଲିଲା ପୁରୀ ସ୍ବର୍ଗଦ୍ବାର । ପୁରୀ ଜିଲ୍ଲା ବ୍ୟତିତ ବାହାର ଜିଲ୍ଲାବାସୀ ଓ ରାଜ୍ୟ ବାହାର ଲୋକ ଆଜିଠୁ ସ୍ୱର୍ଗଦ୍ବାରରେ କରିପାରିବେ ଅନ୍ତିମ ସତ୍କାର । ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ନେଇ ଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି । ଯେଉଁ ମାନେ ଅଣ କୋଭିଡରେ ମୃତ୍ୟୁ ବରଣ କରିଥିବେ ସେମାନଙ୍କ ମୃତଦେହ ସ୍ବର୍ଗଦ୍ବାରରେ ସତ୍କାର କରାଯାଇପାରିବ ।

ଏଥିପାଇଁ ଆବଶ୍ୟକୀୟ ପ୍ରମାଣପତ୍ର କାଉଣ୍ଟରରେ ଦାଖଲ କରିବାକୁ ପଡିବ । ପ୍ରତି ମୃତଦେହ ସତ୍କାର ବେଳେ ସର୍ବାଧିକ ୧୦ ଜଣ ଆତ୍ମୀୟ ସ୍ବଜନଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିଛି । ତେବେ ଏନେଇ କୋରୋନା କଟକଣାକୁ ମଧ୍ୟ କଡାକଡି କରାଯାଇଛି । କୋଭିଡ ନିୟମ ଅନୁଯାଇ ମୃତଦେହ ସତ୍କାର କରାଯିବ ।

ତେବେ ଏଥିପାଇଁ ପୂର୍ବରୁ ଏସଓପି ଜାରି କରିଥିଲେ ରାଜ୍ୟ ସରକାର । ମୃତକଙ୍କ ନେଗେଟିଭ୍ ରିପୋର୍ଟ ଦେଖାଇ ସତ୍କାର କରାଯିବା ନେଇ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ମହୋଦଧୀରେ ମଧ୍ୟ ମୃତକଙ୍କ ଅସ୍ଥି ବିସର୍ଜନ କରିବାକୁ ଅନୁମତି ମିଳିଛି । ପୂର୍ବରୁ ପୁରୀ ଜିଲ୍ଲା ଏବଂ ପୁରୀ ପୌରସଂସ୍ଥା ଅଞ୍ଚଳରେ କୋରୋନା ସଂକ୍ରମିତ ହ୍ରାସ ପାଇବାରୁ ପୁରୀବାସିନ୍ଦାଙ୍କ ପାଇଁ ସ୍ବର୍ଗଦ୍ବାର ଖୋଲିଥିଲା । ଏଥିସହ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ ରକ୍ଷା ଓ ଅନ୍ୟାନ୍ୟ କୋଭିଡ ନିୟମ ଅନୁପାଳନ କଡାକଡି କରାଯାଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details