ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ସେବାୟତ ପରିବାରକୁ ଆର୍ଥିକ ସହାୟତା

କୋରୋନା କଟକଣା ଓ ଲକଡାଉନ ଯୋଗୁ ଭକ୍ତ ଓ ଯାତ୍ରୀ ଆସିବା କଟକଣା ପରେ ଶ୍ରୀମନ୍ଦିର ସେବାୟତ ମାନେ ଆର୍ଥିକ ସଙ୍କଟ ସମ୍ମୁଖୀନ ହୋଇଛନ୍ତି। ଏହାକୁ କିଛି ମାତ୍ରାରେ ଲାଘବ କରିବା ଶ୍ରୀମନ୍ଦିର ପ୍ରଶାସନ ଏହି ସହାୟତା ରାଶି ଘୋଷଣା କରିଛି।

puri sebayata  get finacial help
ଶ୍ରୀମନ୍ଦିର ସେବାୟତ ପରିବାରକୁ ଆର୍ଥିକ ସହାୟତା

By

Published : Apr 17, 2020, 3:48 PM IST

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପ୍ରତ୍ୟେକ ପରିବାରକୁ 5 ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛି ଶ୍ରୀମନ୍ଦିର ପ୍ରଶାସନ। କୋରୋନା କଟକଣା ଓ ଲକଡାଉନ ଯୋଗୁ ଭକ୍ତ ଓ ଯାତ୍ରୀ ଆସିବା କଟକଣା ପରେ ଶ୍ରୀମନ୍ଦିର ସେବାୟତ ମାନେ ଆର୍ଥିକ ସଙ୍କଟ ସମ୍ମୁଖୀନ ହୋଇଛନ୍ତି। ଏହାକୁ କିଛି ମାତ୍ରାରେ ଲାଘବ କରିବା ଶ୍ରୀମନ୍ଦିର ପ୍ରଶାସନ ଏହି ସହାୟତା ରାଶି ଘୋଷଣା କରିଛି।

ଶ୍ରୀମନ୍ଦିର ସେବାୟତ ପରିବାରକୁ ଆର୍ଥିକ ସହାୟତା

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ମୋଟ 2130 ସେବାୟତ ପରିବାରକୁ 5 ହଜାର ଟଙ୍କାର ସହାୟ ରାଶି ଦିଆଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ 1 କୋଟି 6 ଲକ୍ଷ 50 ହଜାର ଟଙ୍କା ବ୍ୟୟ କରିବେ। ତେବେ ସହାୟତା ରାଶିକୁ ସେବାୟତ ମହଲରେ ସ୍ୱାଗତ କରାଯାଇଥିଲେ ମଧ୍ୟ ଏହି ସ୍ବଳ୍ପ ରାଶିକୁ ନେଇ ଚାପା ଅସନ୍ତୋଷ ରହିଛି।

କାରଣ ସେବାୟତଙ୍କ ପରିବାର ସଦସ୍ୟ ସଂଖା ଅଧିକ ଥିଲା ବେଳେ ଏହି 5 ହଜାର ଟଙ୍କା ସମୁଦ୍ରକୁ ସଙ୍ଖେ ବୋଲି କୁହା ଯାଉଛି। ତେବେ ରାଜ୍ୟ ସରକାର ଏନେଇ ଆଉ କିଛି ଆର୍ଥିକ ସହାୟତା ସେବାୟତଙ୍କ ପାଇଁ କରିବାକୁ ଅନେକ ମତ ଦେଇଛନ୍ତି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଯୋଗୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ଆଗମନ ପୁରା ବନ୍ଦ ରହିଛି ।

ଫଳରେ ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ଭକ୍ତ ଓ ଯାତ୍ରୀଙ୍କ ଠାରୁ ଆୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ସେବକଙ୍କର । ସେହିପରି ସେବାୟତଙ୍କ ଅନ୍ୟ କୌଣସି ବୃ୍ତି ନାହିଁ। 80 ପ୍ରତିଶତ ସେବାୟତ ଗରିବ ଶ୍ରେଣୀର। ଶ୍ରୀମନ୍ଦିରରେ ସେବା ପୂଜା କରି ପରିବାର ଚଳନ୍ତି ଏହି ସେବାୟତ ମାନେ। ଏଣୁ ଏହାକୁ ଦୃଷ୍ଟିରେ ରଖି ସେବାୟତଙ୍କ ପାଇଁ ଏକ ଆର୍ଥିକ ସହାୟତା ଘୋଷଣା କରିବାକୁ ବିଭିନ୍ନ ସେବାୟତ ମହଲରେ ଦାବୀ ହୋଇ ଆସୁଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details