ETV Bharat Odisha

ଓଡିଶା

odisha

ETV Bharat / state

ବନ୍ୟାଜଳ ଘେରରେ ପୁରୀ ସଦର ଓ ନୂଆଗାଁ ଅଞ୍ଚଳ - Puri news

ପୁରୀ ଜିଲ୍ଲା ସଦର ମହକୁମା ଉପକଣ୍ଠସ୍ଥ ଅଞ୍ଚଳରେ ପ୍ରବେଶ କରିଛି ବନ୍ୟାଜଳ । ଫଳରେ ନୂଆଗାଁ, ଉତର କଣା, ଖଣ୍ଡିଆବନ୍ଧ ଗ୍ରାମ ପ୍ରଭାବିତ ହୋଇଛି । ଉତ୍ତରକଣା ନୂଆଗାଁ ବ୍ରିଜ ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ
author img

By

Published : Aug 17, 2019, 1:58 PM IST

ପୁରୀ: ସଦର ଅଞ୍ଚଳରେ ପଶିଛି ବନ୍ୟାଜଳ । ଫଳରେ ନୂଆଗାଁ, ଉତରକଣା, ଖଣ୍ଡିଆବନ୍ଧ ଗ୍ରାମ ପ୍ରଭାବିତ ହୋଇଛି । ଉତ୍ତରକଣା ନୂଆଗାଁ ବ୍ରିଜ ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେବେ ପ୍ରଶାସନ ପକ୍ଷରୁ ଓଡ୍ରାଫ ଟିମ ମୁତୟନ କରାଯାଇ ଲୋକଙ୍କୁ ବୋଟ ଯୋଗେ ଯାତାୟତ ନେଇ ବ୍ୟବସ୍ଥା କରାଯାଇଛି ।

ଉତ୍ତର କଣା ଲୋକଙ୍କ ପୁରୀ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ, ରୋଗୀ, ଦୈନନ୍ଦିନ ଯିବା ଆସିବା କରିବା ନେଇ ଅସୁବିଧାର ସାମ୍ନା କରୁଛନ୍ତି।ଓଡ୍ରାଫ ଟିମ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଛି। ପୁରୀ ସଦର ବ୍ଲକ ନୂଆଗାଁ ବି ଏବେ ପାଣି ଘେରରେ। ପୁଣି ମହାନଦୀରେ ବନ୍ୟାଜଳ ଆସିବା ସମ୍ଭାବନା ଥିବାରୁ ଏହାର ଶାଖା ନଦୀ ଭାର୍ଗବୀ ନଦୀରେ ବନ୍ୟା ଜଳ ଅଧିକ ଆସିବାର ଆଶଙ୍କା ରହିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପ୍ରଥମେ ବନ୍ୟାଜଳ ଆସିଥିବା ହେତୁ ନୂଆଗାଁ ପ୍ରଭାବିତ ହୋଇଛି । ଲୋକଙ୍କ ଘର ଭାଙ୍ଗି ଯାଇଛି। ଅନ୍ୟପଟେ ପ୍ରତି ବନ୍ୟାରେ ଏଭଳି ସମସ୍ୟା ଏହି ଅଞ୍ଚଳରେ ହେଉଥିଲେ ମଧ୍ୟ ପ୍ରଶାସନ ଏହାର ସ୍ଥାୟୀ ପ୍ରତିକାର କରୁ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଭାର୍ଗବୀ ନଦୀରେ ବନ୍ଧ ନଥିବା ହେତୁ ସଦର ଅଞ୍ଚଳ ଜଳମଗ୍ନ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପୁରୀ ସମ୍ବାଦଦାତା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details