ଓଡିଶା

odisha

ETV Bharat / state

ପୁରୀ ପୋଲିସର ଗିରଫ ଏବଂ ଦୁର୍ବ୍ୟବହାର ଘଟଣାକୁ କଡା ସମାଲୋଚନା

ଗୋପ ଥାନା ରେଢୁଆ ଗାଁର 30 ଜଣ ମହିଳା ଓ ପୁରୁଷଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ ବଢୁଛି ଅସନ୍ତୋଷ । ବିଶେଷ କରି ପୋଲିସ ରାତି ଅଧିଆ ଗ୍ରାମବାସୀଙ୍କ ଘରେ ପ୍ରବେଶ କରି ମହିଳା, ବୟସ୍କ ଲୋକଙ୍କୁ ମାଡ଼ ମାରି ଗିରଫ କରିବା ଘଟଣାକୁ ନେଇ ପୁରୀ ପୋଲିସକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି । ଅଧିକ ପଢନ୍ତୁ...

ପୁରୀ ପୋଲିସର ଗିରଫ ଏବଂ ଦୁର୍ବ୍ୟବହାର ଘଟଣାକୁ କଡା ସମାଲୋଚନା
ପୁରୀ ପୋଲିସର ଗିରଫ ଏବଂ ଦୁର୍ବ୍ୟବହାର ଘଟଣାକୁ କଡା ସମାଲୋଚନା

By

Published : Aug 17, 2020, 11:01 PM IST

ପୁରୀ: ଗୋପ ଥାନା ରେଢୁଆ ଗାଁର 30 ଜଣ ମହିଳା ଓ ପୁରୁଷଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ ବଢୁଛି ଅସନ୍ତୋଷ । ବିଶେଷ କରି ପୋଲିସ ରାତି ଅଧିଆ ଗ୍ରାମବାସୀଙ୍କ ଘରେ ପ୍ରବେଶ କରି ମହିଳା, ବୟସ୍କ ଲୋକଙ୍କୁ ମାଡ଼ ମାରି ଗିରଫ କରିବା ଘଟଣାକୁ ନେଇ ପୁରୀ ପୋଲିସକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଛାଡିବାକୁ କୋଣାର୍କ ମହିଳା ସମିତି ଦାବି କରିଥିବାବେଳେ ପୋଲିସ ଦାବି ପୂରଣ ନକଲେ ସଂଗଠନ ଆନ୍ଦୋଳନ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ପୁରୀ ପୋଲିସର ଗିରଫ ଏବଂ ଦୁର୍ବ୍ୟବହାର ଘଟଣାକୁ କଡା ସମାଲୋଚନା

ଆଜିର ଘଟଣା ସ୍ଥିତି ପରଖିବା ପାଇଁ କୋଣାର୍କ ମହିଳା ସମିତି ରେଢୁଆ ଗାଁକୁ ଯାଇଥିଲେ । ପୋଲିସ ଅମାନୁଷିକ କାର୍ଯ୍ୟ ଜଣାପଡିବା ପରେ କୋଣାର୍କ ମହିଳା ସମିତି ପୋଲିସକୁ ତୀବ୍ର ସମାଲୋଚନା କରିଛି । ରାଜ୍ୟ ସରକାର ମା'ଙ୍କୁ ସମ୍ମାନ ନାରା ଦେଉଥିଲାବେଳେ ପୁରୀ ପୋଲିସର ଗୁଣ୍ଡାଗିରି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କୋଣାର୍କ ମହିଳା ସମିତି ।

ସୂଚନାନୁଯାୟୀ, ଗତ 6 ତାରିଖ ରାତିରେ ପୁରୀ ଗୋପ ଥାନା ରେଢୁଆ ଗାଁ ପୋଲିସ ଏକ ଅଭିଯୁକ୍ତକୁ ଧରିବାକୁ ଯାଇଥିବାବେଳେ ପୋଲିସ ଦୁର୍ବ୍ୟବହାର ଅଭିଯୋଗରେ ଗ୍ରାମବାସୀ ପୋଲିସ କର୍ମଚାରୀଙ୍କୁ ଦୀର୍ଘ ସମୟ ଅଟକ ରଖିଥିଲେ । ତେବେ ଏହି ଘଟଣାରେ ପୁରୀ ପୋଲିସ ମାମଲା ରୁଜୁ କରି 30 ଜଣ ଉକ୍ତ ଗ୍ରାମର ମହିଳା ଓ ପୁରୁଷଙ୍କୁ ଗିରଫ କରିଛି । ଗତ ଦୁଇ ଦିନ ତଳେ ଏହି ଗିରଫ ପ୍ରକ୍ରିୟାକୁ ନେଇ ରାଜ୍ୟ କଂଗ୍ରେସ ଦଳର ଏକ ଟିମ ରେଢୁଆ ଗାଁ ପରିଦର୍ଶନ କରି ପୋଲିସ କାର୍ଯ୍ୟକୁ କଡା ନିନ୍ଦା କରିଥିଲା । ପୋଲିସ ଲୋକଙ୍କୁ ନ ଛାଡିଲେ ଡିଜି ଅଫିସ କଂଗ୍ରେସ ଘେରାଉ କରିବାକୁ ଦଳ ଚେତାବନୀ ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details