ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନର ଖଜା ପଟୀ ଅଞ୍ଚଳରେ ଚାଲିଛି ଉଛେଦ ପ୍ରକ୍ରିୟା । ଏହି କ୍ରମରେ ନୃସିଂହ ଆଚାରି ମଠ ଉଛେଦ କରାଯାଉଛି। ଏହି ମଠର ଥିବା 7 ଟି ଦୋକାନ ଗୃହ ଓ ମଠ ନିକଟରେ ଥିବା ଏକ ଘରୋଇ ପ୍ଲଟ ମଧ୍ୟ ଉଛେଦ ହେଉଛି । ପୂର୍ବ ନୋଟିସ ମୁତାବକ ସୋମବାର ଦିନ 1 ଟାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।
ନୃସିଂହ ଆଚାରି ମଠ ଉଛେଦ
ପୁରୀ ଶ୍ରୀମନ୍ଦିର ସୁରକ୍ଷା ଜୋନର ଖଜା ପଟି ଅଞ୍ଚଳରେ ଥିବା ନୃସିଂହ ଆଚାରି ମଠ ଉଛେଦ କରାଯାଇଛି ।
ପୁରୀ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ, ଉପଜିଲ୍ଲାପାଳ ଭବ ତାରଣ ସାହୁ ଉପସ୍ଥିତ ରହି ଉଛେଦ କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। କାକୁଡି ଖାଇ ଛକରୁ ବାଲିସାହି ରାସ୍ତାକୁ ସିଲ କରାଯାଇଛି । ଅନ୍ୟପଟେ ଉଛେଦ ସମୟରେ କୌଣସି ଅଘଟଣ ଅଶଙ୍କା ରହିଥିବାରୁ ଅଗ୍ନିଶମ ବାହିନୀ ଉପସ୍ଥିତ ରହିଛି । ସେହିପରି ଉଛେଦ ବେଳେ ପ୍ରବଳ ଧୂଳି ଉଡିବା ଅଶଙ୍କା ଦୃଷ୍ଟିରୁ ଅଗ୍ନିଶମ ବହିନୀ ପକ୍ଷରୁ ଉଛେଦ ବେଳେ ପାଣି ସିଞ୍ଚନ କରାଯାଇ ଉଛେଦ କାର୍ଯ୍ୟ ସହଜରେ ହେବା ନେଇ ସହଯୋଗ କରୁଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ