ପୁରୀ: ଐତିହାସିକ ଏମାର ମଠର ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଛାତ ଭଙ୍ଗାଯାଉଥିବା ବେଳେ ଆଉ କିଛି ସମୟ ପରେ ଜେସିବି ମେସିନ ବ୍ୟବହାର ହୋଇ ଗୃହ ଭଙ୍ଗାଯିବ। ଏମାର ମଠ ପଛରେ ଥିବା ପରିତ୍ୟକ୍ତ ଗୃହକୁ ମଧ୍ୟ ଭଙ୍ଗାଯାଇଛି ।
ଏମାର ମଠ ଉଚ୍ଛେଦ: ସ୍ନେକ ହେଲ୍ପଲାଇନ ସଦସ୍ୟ ନିୟୋଜିତ - ଏମାର ମଠ
ଚାଲିଛି ଏମାର ମଠ ଉଚ୍ଛେଦ ପ୍ରକ୍ରିୟା । 30 ପ୍ଲାଟୁନ ପୋଲିସ ଫୋର୍ସ, 10ରୁ ଉଦ୍ଧ୍ବ ବୁଲଡୋଜର ଓ ପରିତ୍ୟକ୍ତ ଗୃହରେ ସାପ ଥିବା ଆଶଙ୍କାରେ ସ୍ନେକ ହେଲ୍ପଲାଇନ ସଦସ୍ୟ ନିୟୋଜିତ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଅନ୍ୟପଟେ ଏମାର ମଠର ପରିତ୍ୟକ୍ତ ଗୃହରେ ଅନେକ ସାପ ଥିବା ଅନୁମାନ କରାଯାଉଛି। ତେଣୁ କାମ ବେଳେ କୌଣସି ଅଘଟଣ ହେବା ସମ୍ଭାବନାକୁ ଦେଖି ସ୍ନେକ ହେଲ୍ପଲାଇନକୁ ଡକାଯାଇଛି। ଶୁଭେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ସ୍ନେକ ହେଲ୍ପଲାଇନ ସଦସ୍ୟ ଉପସ୍ଥିତ ଅଛନ୍ତି । ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ପାଇଁ 30 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ