ଭୁବନେଶ୍ବର: ପୁରୀ ଜିଲ୍ଲା କଂଗ୍ରେସରେ କନ୍ଦଳ। ଆଶାୟୀଙ୍କ ଲମ୍ବା ତାଲିକା । ପୁରୀ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ସବୁ ବିଧାନସଭା ଓ ସଂସଦ ନିର୍ବାଚନ ମଣ୍ଡଳୀ ପାଇଁ ଆଜି ସ୍କ୍ରିନିଂ କମିଟି ପ୍ରାର୍ଥୀ ଚୂଡାନ୍ତ କରିଛନ୍ତି । ହେଲେ ପୁରୀ ବିଧାନସଭା ପାଇଁ ଦାବିଦାରଙ୍କ ସଂଖ୍ୟା 12 ରହିଥିବାବେଳେ ଅନେକ ନୂଆ ମୁହଁ ଦେବାକୁ କହିଛନ୍ତି । ବିଶେଷ କରି ନୂଆ ଯୁବ ନେତାଙ୍କୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି।
ପୁରୀ ଜିଲ୍ଲାର ପୁରୀ ସଦର ଓ ପିପିଲି ନିର୍ବାଚନମଣ୍ଡଳୀକୁ ନେଇ ଅଧିକ ବିବାଦ ରହିଛି। ଯାହାକି କମିଟି ଅଧ୍ୟକ୍ଷଙ୍କ ପାଇଁ ବେଶ ଅଡୁଆ ହୋଇଥିଲା । ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ କେଦାର ସାମନ୍ତରାୟ ଲଗାତାର ଭାବରେ 4 ଥର ପ୍ରାର୍ଥୀ ହୋଇଥିଲେ ବି ଜିତି ପାରିନାହାନ୍ତି। ତେଣୁ ତାଙ୍କୁ ହଟାଇ ନୂଆ ଲୋକଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦାବି ହୋଇଛି । ଆଶାୟୀଙ୍କ ମଧ୍ୟରେ ଦାବିଦାର ଅନେକ ରହିଥିବା ବେଳେ ଦଳର ମଙ୍ଗୁଆଳଙ୍କ ଚିନ୍ତା ବଢିଛି।