ଓଡିଶା

odisha

By

Published : Jun 17, 2022, 5:33 PM IST

ETV Bharat / state

ED Questioning Rahul Gandhi: ବିଜେପିକୁ ଟାର୍ଗେଟ କରି ପୁରୀ କଂଗ୍ରେସର ଧାରଣା

କଂଗ୍ରସ ନେତା ରୁାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ EDର ଜେରାକୁ ନେଇ ପୁରୀ କଂଗ୍ରେସର ଦୃଢ ପ୍ରତିବାଦ । ଜିଲ୍ଲା ମୁଖ୍ୟ ଡାକଘର ଆଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା । ଅଧିକ ପଢନ୍ତୁ

ED Questioning Rahul Gandhi: ବିଜେପିକୁ ଟାର୍ଗେଟ କରି ପୁରୀ କଂଗ୍ରେସର ଧାରଣା
ED Questioning Rahul Gandhi: ବିଜେପିକୁ ଟାର୍ଗେଟ କରି ପୁରୀ କଂଗ୍ରେସର ଧାରଣା

ପୁରୀ: ରାହୁଲ ଗାନ୍ଧୀ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଇଡି ଅର୍ଥ ହେରଫେର ମାମଲାରେ ଜେରା କରିବା ପ୍ରସଙ୍ଗକୁ ପୁରୀ ଜିଲ୍ଲା କଂଗ୍ରେସର ଦୃଢ଼ ବିରୋଧ । କେନ୍ଦ୍ରର ବିଜେପି ସରକାର ବିରୋଧୀ ଦଳକୁ ଦମନ କରିବାକୁ ଯୋଜନା ବଦ୍ଧ ଭାବେ ପ୍ରତିହିଂସା ରାଜିନୀତି କରି ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ କଂଗ୍ରେସ ନେତାଙ୍କ ବିରୋଧରେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ।

ବିଜେପିକୁ ଟାର୍ଗେଟ କରି ପୁରୀ କଂଗ୍ରେସର ଧାରଣା

ଏହାର ପ୍ରତିବାଦରେ ଆଜି(ଶୁକ୍ରବାର) ପୁରୀ ଜିଲ୍ଲା ମୁଖ୍ୟ ଡାକଘର ଆଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଅଗାମୀ ଦିନରେ ବିଜେପି ଯଦି ଏଭଳି ହୀନ ରାଜନୀତିରୁ ନିବୃତ୍ତ ନ ରୁହେ ତେବେ କଂଗ୍ରେସ ଦେଶବ୍ୟାପୀ ବ୍ୟାପକ ଆନ୍ଦୋଳନ କରିବ ବୋଲି ପୁରୀ ଜିଲ୍ଲା କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା କହିଛନ୍ତି ।

ତେବେ ନ୍ୟାସନାଲ ହେରାଲ୍ଡ ଖବରକାଗଜ ଘୋଟାଲା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯାହାକୁ ନେଇ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି । ବିଜେପି ସରକାର ଦେଶର ତଦନ୍ତକାରୀ ସଂସ୍ଥାର ଦୂରୁପୋଯୋଗ କରୁଥିବା ଅଭିଯୋଗ କରି ଏହି ପ୍ରତିବାଦ କରାଯାଉଛି ।



ଇଟିଭି ଭାରତ, ପୁରୀ

ABOUT THE AUTHOR

...view details