ପୁରୀ: ଦେଶରେ ବଢ଼ିବାରେ ଲାଗିଛି ଆର୍ଥିକ ମାନ୍ଦାବସ୍ଥା । ସେହିପରି ଦରଦାମ ମଧ୍ୟ ହୁ ହୁ ହୋଇ ବଢିଚାଲିଛି। ନିଯୁକ୍ତି ଅଭାବରୁ ବେକାରୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସ ବିକ୍ଷୋଭ କରିଥିବା ବେଳେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ ସମସ୍ୟାର ସମାଧାନ ନେଇ ଦାବିପତ୍ର ଦେଇଛନ୍ତି।
ଆର୍ଥିକ ମାନ୍ଦା ସ୍ଥିତି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର - puri congress protest against central govt
ଦେଶରେ ବଢ଼ିବାରେ ଲାଗିଛି ଆର୍ଥିକ ମାନ୍ଦାବସ୍ଥା ଓ ଦରଦାମ ମଧ୍ୟ ହୁ ହୁ ହୋଇ ବଢିଚାଲିଛି । ଏହାର ପ୍ରତିବାଦରେ ପୁରୀ ଜିଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲାପାଳଙ୍କୁ ଭେଟି ରାଷ୍ଟ୍ରପତୀଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ ସମସ୍ୟାର ସମାଧାନ ନେଇ ଦାବିପତ୍ର ଦେଇଛନ୍ତି।
ଆର୍ଥିକ ମାନ୍ଦା ସ୍ଥିତି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର
କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଯେଭଳି ଜନ ସାଧାରଣଙ୍କ ପ୍ରମୁଖ ସମସ୍ୟା ଦର ଦାମ ବୃଦ୍ଧି ନିୟନ୍ତ୍ରଣରେ ବିଫଳତା ଓ ବେକାରୀଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି ସେ ନେଇ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । ଜନ ସାଧାରଣଙ୍କ ପ୍ରମୁଖ ସମସ୍ୟା ଗୁଡିକ ସରକାର ସମାଧାନ ନ କଲେ ଆଗାମୀ ଦିନରେ କଂଗ୍ରେସ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ