ପୁରୀ:ଜିଲ୍ଲାରେ ଲାଗି ରହିଛି ବର୍ଷା । ପ୍ରବଳ ବର୍ଷା ପରେ ପୁରୀ ଜିଲ୍ଲାର ବିଭିନ୍ନ ନଦୀରେ ବଢୁଛି ଜଳସ୍ତର । ତେବେ ସମ୍ଭାବ୍ୟ ବନ୍ୟା ଆଶଙ୍କା ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାର କଣାସ ବ୍ଲକ ପରିଦର୍ଶନ କରି ବନ୍ୟା ପରିସ୍ଥିତିକୁ ସମୀକ୍ଷା କରିଛନ୍ତି । ଏଥିସହ ନଦୀବନ୍ଧ ଉପରେ ଦୃଷ୍ଟି ରଖିବା ପାଇଁ ତହସିଲଦାରଙ୍କୁ ସତର୍କ କରିଛନ୍ତି ।
ସୂଚନା ଅନୁସାରେ, ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଦୟା, ଭାର୍ଗବୀ ,ରାଜୁଆ, ମଲାଗୁଣି, କୁଶଭଦ୍ରା, ଦେବୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ସୋମବାର ମଧ୍ୟ ରାତ୍ର ସୁଦ୍ଧା ମୁଣ୍ଡଳିରୁ ଆସୁଥିବା ବନ୍ୟା ଜଳ ବିଭିନ୍ନ ନଦୀରେ ଆସି ପହଞ୍ଚିବ ବୋଲି ଅନୁମାନ କରାଯାଉଥିବା ବେଳେ ତଳୁଆ ଅଞ୍ଚଳ ଏଥିରେ ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି । କଣାସ, ଗୋପ ଓ ଅସ୍ତରଙ୍ଗ ,ପିପିଲି ,ସତ୍ୟବାଦୀ, ନିମାପଡ଼ାର କେତେକ ତଳୁଆ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ଆସି ପାରେ ବୋଲି ଅନୁମାନ କରାଯାଉଛି । ଏଥିଯୋଗୁଁ ସ୍ଥାନିୟ ବାସିନ୍ଦା ଏଥିଯୋଗୁଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ପୁରୀ ଜିଲ୍ଲାପାଳ କଣାସ ଗସ୍ତ କରି ବ୍ଲକର ଦୋକନ୍ଦା, ବଡାସ ଆଦି ପଞ୍ଚାୟତ ପରିଦର୍ଶନ କରି ବନ୍ୟା ର ସ୍ଥିତି ସମୀକ୍ଷା କରିଛନ୍ତି । ବିଶେଷ କରି ବନ୍ୟା ନିୟନ୍ତ୍ରଣ ପାଇଁ ପୂର୍ବ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିଲା ବେଳେ ତଳିଆ ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।