ପୁରୀ: ବିଭିନ୍ନ ଦାବି ନେଇ ସୋମବାର ପୁରୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛି ବିଜେପି । ବାତ୍ୟା ଫୋନି ଯୋଗୁଁ କ୍ଷତିଗ୍ରସ୍ତ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଫୋନି ସହାୟତା ତୁରନ୍ତ ଦେବା ପାଇଁ ପୁରୀ ଜିଲ୍ଲା ବିଜେପି ପଷରୁ ଦାବି କରିଛି ।
ଏହାସହ ବାତ୍ୟା ଫୋନି ସହାୟତା ଭୁଲରେ କିଛି ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷାଧିକ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଛି । ଏହି ପ୍ରସଙ୍ଗରେ ମଧ୍ୟ ବିଜେପି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି । ଏହାଦ୍ବାରା ବହୁ ଲୋକ ହଇରାଣ ହେଉଥିବା ବିଜେପି ଅଭିଯୋଗ କରିଛି। ତେବେ ସବୁ ଦାବି ଖୁବଶୀଘ୍ର ପୂରଣ ହେବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରତିଶୃତି ଦେଇଥିବା ପ୍ରତିନିଧି ମଣ୍ଡଳୀର ସଭ୍ୟ ତଥା ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ।