ଓଡିଶା

odisha

ETV Bharat / state

ସଂସ୍କୃତ ଭାଷାର ମର୍ଯ୍ୟଦା ପାଇଁ ବିକ୍ଷୋଭ

ସଂସ୍କୃତ ଭାଷା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ଭାବ ଯୋଗୁଁ ବିକ୍ଷୋଭ ପ୍ରଦର୍ଶନ କଲେ ସଂସ୍କୃତ ସଂସ୍ଥାନ । ପ୍ରାଥମିକ ସ୍ତରରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସଂସ୍କୃତକୁ ଅନିର୍ବାର୍ଯ୍ୟ ଶିକ୍ଷାରୂପେ ସ୍ଥାପନା କରିବାର ଦାବି କରାଯାଇଛି ।

By

Published : Feb 26, 2019, 11:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: କୁହାଯାଏ ସଂସ୍କୃତ ଭାଷା ହେଉଛି ଦେବ ଭାଷା । କିନ୍ତୁ ସଂସ୍କୃତ ଭାଷା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ଭାବଧାରାକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛି ସଂସ୍କୃତ ସଂସ୍ଥାନ । ପ୍ରାଥମିକ ସ୍ତରରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସଂସ୍କୃତକୁ ଅନିର୍ବାର୍ଯ୍ୟ ଶିକ୍ଷାରୂପେ ସ୍ଥାପନା କରିବାର ଦାବି କରିଛନ୍ତି ଏହି ସଂସ୍କୃତ ସଂସ୍ଥାନ ।

ଏଥିସହିତ ସଂସ୍କୃତ ଭାଷାକୁ ଦ୍ବିତୀୟ ଭାଷା ରୂପେ ମର୍ଯ୍ୟାଦା ଦିଆଯିବା, ସ୍କୁଲରେ ଖାଲି ଥିବା 17ହଜାର ପଦବୀକୁ ତୁରନ୍ତ ନିଯୁକ୍ତ ଲାଗି ଦାବି କରି ବେଦ ଶିକ୍ଷାନୁଷ୍ଠାନ, ସଦାଶିବ ସଂସ୍କୃତ ମହାବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟର ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଯଦି ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ସମସ୍ତ ଛାତ୍ରଛାତ୍ରୀ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ନେଇ ଚେତାବନୀ ଦେଇଛନ୍ତି | କିଛି ଦିନ ତଳେ ଓପେପାର ନିର୍ଦ୍ଦେଶକ ସଂସ୍କୃତ ଭାଷା ଓ ପାଠ୍ୟକ୍ରମକୁ ନେଇ ବିବାଦୀୟ ମନ୍ତବ୍ୟ ରଖିଥିଲେ । ଯାହାକୁ ବିରୋଧ କରି ରାଜ୍ୟରେ ବିଭିନ୍ନ ସଂସ୍କୃତ ଅନୁଷ୍ଠାନ ପକ୍ଷରୁ ସରକାରଙ୍କ ବିରୋଧ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details