ଓଡିଶା

odisha

ପରିକ୍ରମା ପ୍ରକଳ୍ପ 2ୟ ଦିବସ; ଅନୁଷ୍ଠିତ ହେଲା ମହାଯଜ୍ଞ, କାଲି ପୂର୍ଣ୍ଣାହୁତି

By ETV Bharat Odisha Team

Published : Jan 16, 2024, 7:51 PM IST

Updated : Jan 16, 2024, 8:14 PM IST

Puri Sri Mandir corridor project Utsav: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଜି ଦ୍ବିତୀୟ ଦିନରେ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତକାଲି ପୂର୍ଣ୍ଣାହୁତି ଓ ଲୋକାର୍ପଣ । ଅଧିକ ପଢନ୍ତୁ

Puri Sri Mandir corridor project Utsav
Puri Sri Mandir corridor project Utsav

ପରିକ୍ରମା ପ୍ରକଳ୍ପ 2ୟ ଦିବସ; ଅନୁଷ୍ଠିତ ହେଲା ମହାଯଜ୍ଞ, କାଲି ପୂର୍ଣ୍ଣାହୁତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ଗତକାଲିଠାରୁ ମହାଯଜ୍ଞ ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ଐଶାନ୍ୟ କୋଣ ଯଜ୍ଞ ମଣ୍ଡପରେ ଆଜି (ମଙ୍ଗଳବାର) ଦ୍ବିତୀୟ ଦିବସରେ ଆଚାର୍ଯ୍ୟ ବ୍ରାହ୍ମଣମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି । ତେବେ ଆସନ୍ତାକାଲି ଯଜ୍ଞର ପୂର୍ଣ୍ଣାହୁତି ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ।

ଲୋକାର୍ପିତ ହେବାକୁ ଥିବା ଶିଳାକୁ ମଧ୍ୟ ବ୍ରାହ୍ମଣମାନଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଛି । ଆଜି ପୌଷ ଶୁକ୍ଳ ଷଷ୍ଠୀ ତିଥିରେ ସକାଳ 7ଟା 30ରୁ ପ୍ରଥମେ ସୂର୍ଯ୍ୟ ପୂଜା ପରେ ଧରିତ୍ରୀ ପୂଜା, ଗୋପୂଜା, ସାଲା ପ୍ରବେଶ, ପଞ୍ଚ କର୍ମ, ମଣ୍ଡଳ ପୂଜା, ହବନ, ଆରତୀ, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ ସହିତ ଶ୍ରୀମନ୍ଦିର ଚାରି ଦ୍ଵାରରେ ବେଦ ପରାୟଣ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଛି । ଲୋକାର୍ପଣ ଉତ୍ସବ କିଭଳି ସଫଳ ହୋଇପାରିବ ତାହାକୁ ନେଇ ଅନୁଧ୍ୟାନ କରୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ଏହା ବି ପଢନ୍ତୁ- କଳା ଭାସ୍କର୍ଯ୍ୟରେ ଝଲସୁଛି ଭକ୍ତ-ଭଗବାନଙ୍କ ସେତୁ 'ଶ୍ରୀସେତୁ'

ତେବେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିଥିବା ବେଳେ ନିମନ୍ତ୍ରିତ ଅତିଥିମାନେ ଆସି ପୁରୀରେ ପହଞ୍ଚିଥିବା କହିଛନ୍ତି ଜିଲ୍ଲାପାଳ । ସେହିପରି ସମଙ୍ଗ ପାର୍କିଂ, ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ଏବଂ ଶ୍ରୀମାର୍ଗ ରାସ୍ତା ମଧ୍ୟ ଭକ୍ତଙ୍କୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି । ଆସନ୍ତାକାଲି ପୌଷ ଶୁକ୍ଳ ସପ୍ତମୀରେ ମଧ୍ୟ ସୂର୍ଯ୍ୟପୂଜା ସହିତ ମହାଯଜ୍ଞ, ବେଦ ପାରାୟଣ, ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ । କାଲି ପୌଷ ଶୁକ୍ଳ ସପ୍ତମୀ ତିଥିରେ ଅପରାହ୍ନ 1ଟା 30ରୁ 2ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞର ପୂର୍ଣ୍ଣାହୁତି ହେବ। ଏହା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ।

ଏହା ବି ପଢନ୍ତୁ- ପାଣ୍ଡିଆନଙ୍କ ପୁରୀ ଗସ୍ତ; ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରସ୍ତୁତିର କଲେ ସମୀକ୍ଷା

ପରେ ନାମ ସଂକୀର୍ତ୍ତନ ଶୋଭାଯାତ୍ରା ସହ ସମ୍ଭର୍ଦ୍ଧନା ଉତ୍ସବ ହେବ । ସମଗ୍ର ଉତ୍ସବ ସ୍ଥଳୀ ସହିତ ପୁରୀ ସହରରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ମୁତୟନ ରହିବେ । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉତ୍ସବ ସ୍ଥଳୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯିବ । ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ ପାଇଁ ଫେସ୍ ରିଡିଂ କ୍ୟାମେରା ମଧ୍ୟ ପୋଲିସ ପକ୍ଷରୁ ସ୍ଥାପନ କରାଯାଇଛି । ଏଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ସମ୍ପୂର୍ଣ୍ଣ ପୋଲିସ ଛାଉଣିରେ ପରିଣତ କରାଯାଇଥିବା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।

ଇଟିଭି ଭାରତ, ପୁରୀ

Last Updated : Jan 16, 2024, 8:14 PM IST

ABOUT THE AUTHOR

...view details