ବ୍ରହ୍ମଗିରି: ପୁରୀ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପୁରୀ ବିଧାୟକ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବେସରକାରୀ ଜମିରେ ବାସ କରୁଥିବା ପରିବାରକୁ ସ୍ଥାୟୀ ଜମିପଟା ଦେବା ପାଇଁ ସେମାନେ ସମ୍ମିଳନୀରେ ଦାବି କରିଛନ୍ତି ।
ପୁରୀରେ ଦୀର୍ଘ ଦଶନ୍ଧି ଧରି ବସବାସ କରୁଥିବା ପରିବାର ଲୋକେ ନିଜର ଘର ଜମିକୁ ନେଇ ଚିନ୍ତିତ ଅଛନ୍ତି । ସରକାରଙ୍କ ନିୟମାନୁଯାୟୀ ଅସ୍ଥାୟୀ ଜମିଗୁଡିକରେ ବସବାସ କରୁଥିବା ପରିବାରଙ୍କୁ ଯଥାଶୀଘ୍ର ସ୍ଥାୟୀ ଜମିପଟା ଯୋଗାଇ ଦେବାକୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଦାବି କରିଛନ୍ତି । ଅସ୍ଥାୟୀ ଜମିରେ ବସବାସ କରୁଥିବା ଶତାଧିକ ପରିବାରକୁ ସରକାର ପଟା ଯୋଗାଇ ଦେବାକୁ ସ୍ଥିର କରିଥିଲେ ।