ଓଡିଶା

odisha

ETV Bharat / state

Ratha Yatra 2023: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ପୋଲିସର ପ୍ରସ୍ତୁତି ଆରମ୍ଭ - ପୁରୀ ପୋଲିସ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି

ରଥଯାତ୍ରା ୨୦୨୩ ପାଇଁ ପୁରୀ ପୋଲିସ ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ କିଭଳି ଶୃଙ୍ଖଳିତ ବ୍ୟବସ୍ଥା ହୋଇପାରିବ ସେ ନେଇ ପୁରୀ ଏସ୍ପି କନୱର ବିଶାଲ ସିଂ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ

Ratha Yatra 2023
Ratha Yatra 2023

By

Published : Apr 4, 2023, 10:11 AM IST

Ratha Yatra 2023

ପୁରୀ:ପୁରୀ ପୋଲିସ ପକ୍ଷରୁ ରଥଯାତ୍ରା ୨୦୨୩ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା, ବାହୁଡା ଯାତ୍ରା , ସୁନାବେଶ, ନୀଳାଦ୍ରି ବିଜେରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ କିଭଳି ଶୃଙ୍ଖଳିତ ବ୍ୟବସ୍ଥା ହୋଇ ପାରିବ ସେ ନେଇ ପୁରୀ ଏସ୍ପି କନୱର ବିଶାଲ ସିଂ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରଥଯାତ୍ରାରୁ ନୀଳାଦ୍ରି ବିଜେ ଯାଏଁ କିଭଳି ଭକ୍ତ ଶୃଙ୍ଖଳାରେ ଦର୍ଶନ କରିବେ ଓ ଟ୍ରାଫିକ ବ୍ୟବସ୍ଥା ସବୁ ବ୍ୟବସ୍ଥିତ ହୋଇପାରିବ ସେ ନେଇ ପୁରୀ ଏସପି ବଡଦାଣ୍ଡରେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ଉପସ୍ଥିତ ରହି ଟିକିନିଖି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଯେହେତୁ ଏହି ଦିନ ମାନଙ୍କରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ତାକୁ କିଭଳି ଭାବରେ ଶୃଙ୍ଖଳିତ କରାଯାଇ ପାରିବ, ତା ଉପରେ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏଥି ସହ ସ୍ପଟ ଅନୁଧ୍ୟାନ କରିଛନ୍ତି ପୁରୀ ଏସପି । ପୁରୀ ଏସ୍ପି ଵିଶାଲ ସିଂ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ କେଉଁ କେଉଁ ସ୍ଥାନରେ ସାଧାରଣ ଦର୍ଶନ ପାଇଁ ବ୍ୟାରିକେଡ ନିର୍ମାଣ କରାଯିବ, କେଉଁଠି ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯିବ ତା ଉପରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିଭଳି ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ଶ୍ରୀମନ୍ଦିର ସମ୍ମୁଖ ଭାଗ ଏବଂ ବଡଦାଣ୍ଡକୁ ପୁଙ୍ଖାନୁପୁଙ୍ଖ ଭାବରେ ଅନୁଧ୍ୟାନ କରିଛନ୍ତି । ଯେହେତୁ ରଥଯାତ୍ରା ଆଉ ଅଢେଇ ମାସ ରହିଛି ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ସମୀକ୍ଷା କରିଛନ୍ତି ପୁରୀ ଏସପି ।

କିଛି ଦିନ ତଳେ ପୁରୀ ସର୍କିଟ ହାଉସରେ ପୁରୀ ଜିଲ୍ଲାପାଳ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗକୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକ କରିଥିଲେ । ଏହି ବୈଠକରେ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ତେଣୁ ପୁରୀ ଏସପି ଗତକାଲି ଏ ଦିଗରେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି । ରଥଯାତ୍ରା ସମୟରେ ପର୍ଯ୍ୟାପ୍ତ ପରିମାଣରେ ସିସିଟିଭି ସ୍ଥାପନ, ପୂର୍ବ ବର୍ଷ ଥିବା ବିଭିନ୍ନ ତ୍ରୁଟିକୁ କିଭଳି ଠିକ୍ କରାଯାଇ ପାରିବ ସେ ନେଇ ସମୀକ୍ଷା କରିଛନ୍ତି । ଆସନ୍ତା ୨୩ରେ ଅକ୍ଷୟ ତୃତୀୟା ରଥ ନିର୍ମାଣ ଶୁଭାରମ୍ଭ ହେବାକୁ ଥିବା ବେଳେ ଜୁନ୍ ୪ ସ୍ନାନ ପୂର୍ଣ୍ଣିମା, ଜୁନ୍ ୨୦ ରଥଯାତ୍ରା । ସେହିଭଳି ୨୮ରେ ବାହୁଡ଼ା ଯାତ୍ରା ସହ 29ରେ ସୁନାବେଶ ଏବଂ ଜୁଲାଇ ୧ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details