ଓଡିଶା

odisha

ETV Bharat / state

ଘୋଷଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି, ଆରମ୍ଭ ହେଲା ତୁମ୍ଭ ନିର୍ମାଣ କାର୍ଯ୍ୟ - cyclone fani

ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି । ଫନି ପରେ ପୁରୀରେ ଅନେକ କିଛି ଉଜୁଡି ଯାଇଛି ସତ । କିନ୍ତୁ କାଳିଆ ଠାକୁରର ଯାତ୍ରା ପାଇଁ କମିନାହିଁ ଉତ୍ସାହ । ରଥଖଳାରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : May 14, 2019, 11:17 PM IST

ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁ ବଳିଆରଭୂଜ ପ୍ରଭୁ ଜଗ୍ନନାଥଙ୍କ ଘୋଷଯାତ୍ରା । ଏଥି ପାଇଁ ପ୍ରସ୍ତୁତି ଏବେ ଜୋରଦାରରେ ଚାଲିଛି । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ରଥ ଖଳାରେ ଜୋରସୋରରେ ଆଗେଇ ଚାଲିଛି । ବାତ୍ୟା ଫନିରେ ପୁରୀ ଜିଲ୍ଲାରେ ଅନେକ କ୍ଷୟକ୍ଷତି ହୋଇଛି ସତ କିନ୍ତୁ କାଳିଆ ସାଆନ୍ତଙ୍କ ରଥ ଯାତ୍ରା ପ୍ରସ୍ତୁତି ପ୍ରତିବର୍ଷ ପରି ସମାନ ଆଗ୍ରହ ଓ ଉତ୍କଣ୍ଠାରେ ଚାଲିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହା ମଧ୍ୟ ପଢ଼ନ୍ତୁ:ଫନି ଅଟକାଇ ପାରିବନି ମହାପ୍ରଭୁଙ୍କ ରଥଯାତ୍ରା

ପ୍ରଥମ ପର୍ଯ୍ୟାୟରେ ତିନି ରଥର 42 ଟି ତୁମ୍ଭ ନିର୍ମାଣ କାର୍ଯ୍ୟ ଚାଲିଛି । ସେଥି ମଧ୍ୟରୁ ତିନି ରଥର 8 ଟି ଲେଖାଏଁ ତୁମ୍ଭ ନିର୍ମାଣ ସରିଛି । ତେବେ ମଙ୍ଗଳବାର ଠାରୁ ସୂତା ବଡ଼ିଆ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏହା ପରେ ନୃସିଂହ ଚତୁର୍ଦ୍ଦଶୀ ଯନ୍ତା ଗଢା ଖୋଦେଇ ହେବ। ସେହି ତିଥିରେ ତିନି ରଥ ପାଇଁ 4 ଟି ଧଉରା କାଠ ମହାରଣା ସେବକମାନେ ଚଉପଟ କରିବେ। ପରେ ରୂପକାର ସେବକ ମାନେ ତାଙ୍କର କାର୍ଯ୍ୟ ଅନୁକୂଳ କରିବା ସହ ରଥରେ ଖୋଦେଇ କାର୍ଯ୍ୟ ଆରମ୍ଭ ହେବ । ତେବେ ଏଥିପାଇଁ ଜୋରସୋରରେ ରଥ ଖଳାରେ କାର୍ଯ୍ୟ ଆଗେଇ ଚାଲିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details