ଓଡିଶା

odisha

ETV Bharat / state

ଆଜି ତିନି ରଥର ଦକ୍ଷିଣ ମୋଡ, ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ - jaganath

ଆଜି ତିନି ରଥର ଦକ୍ଷିଣମୋଡ଼ । ଗତକାଲି ହେରାପଞ୍ଚମୀ ପରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ପରମ୍ପରା ଅନୁସାରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ତାଳଧ୍ବଜ ଓ ଶେଷରେ ନନ୍ଦିଘୋଷ ରଥର ହେବ ଦକ୍ଷିଣମୋଡ଼ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ପୁରୀ

By

Published : Jul 9, 2019, 11:41 AM IST

ପୁରୀ: ହେରାପଞ୍ଚମୀ ନୀତି ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ବାର ସମ୍ମୁଖକୁ ନିଆଯିବ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ପରମ୍ପରା ଅନୁସାରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ତାଳଧ୍ବଜ ଓ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯିବ ।

ଅନ୍ୟପଟେ ବିଳମ୍ବିତ ରାତିରେ ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି । ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ହଂସପଟାର କିଛି ଅଂଶ ଭାଙ୍ଗିଛନ୍ତି ମହାଲକ୍ଷ୍ମୀ । କାରଣ ରଥଯାତ୍ରା ଦିନ ସାଙ୍ଗରେ ଆଣିନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ ରାଗରେ ଜର୍ଜରିତ ହୋଇ ନନ୍ଦିଘୋଷ ରଥ ଭାଙ୍ଗିବା ସହ ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ପୁରୀ

ଶ୍ରୀମନ୍ଦିରରୁ ଏକ ବିମାନରେ ବିରାଜମାନ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥିଲେ ମହାଲକ୍ଷ୍ମୀ । ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବା ପରେ ପତି ମହାପାତ୍ର ମହାଲକ୍ଷ୍ମୀଙ୍କୁ ବନ୍ଦାପନା କରିଥିଲେ । ଏହାପରେ ମହାଲକ୍ଷ୍ମୀ ଜୟବିଜୟ ଦ୍ବାର ନିକଟରେ ମହାପ୍ରଭୁଙ୍କୁ ମୋହଚୂର୍ଣ୍ଣ ଦେଇ ବିମୋହିତ କରିଥିଲେ । ପରେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମା' ଲକ୍ଷ୍ମୀ ଠାକୁରାଣୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details