ପୁରୀ: ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ସୁରୁଖୁରୁରେ ସମ୍ପାଦନ ପାଇଁ ଆପ୍ରାଣ ଉଦ୍ୟମ କରିଛି ପୋଲିସ ଓ ପ୍ରଶାସନ। କୋରୋନା କଟକଣା ଓ ସୁପ୍ରିମକୋର୍ଟ ଗାଇଡ଼ ଲାଇନ ପାଇଁ ଭକ୍ତ ଶୂନ୍ୟ ବାହୁଡା଼ ଯାତ୍ରା ହେଉଛି। ତେବେ ବଡ଼ଦାଣ୍ଡ ପୋଲିସର କଡା ପ୍ରହରା ରହିଛି । ସମଗ୍ର ପୁରୀ ଜିଲା 2ଦିନ କର୍ଫ୍ୟୁ ରହିଛି । ବଡ଼ଦାଣ୍ଡରେ ପୋଲିସ ଗାଡି ଘନଘନ ପଇଁତରା ମାରୁଛି । ସେହିପରି ରଥ ଟାଣିବା ବେଲେ ସେବକମାନଙ୍କ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଶରଧାବାଲିରୁ ଶ୍ରୀମନ୍ଦିର ଯାଏଁ ଜଳ ସିଞ୍ଚନ କରାଯାଉଛି । ତେବେ ବିନା ଭକ୍ତରେ ବଡ଼ ଦାଣ୍ଡ ପୁରା ଖାଁ ଖାଁ ରହିଛି ।
ପ୍ରଥମ ଥର ପାଇଁ ବିନା ଭକ୍ତରେ ଘୋଷଯାତ୍ରା ଅନୁଷ୍ଠିତ ହେଉଛି । ରଥଯାତ୍ରା ଭଳି ଆଜି ଶ୍ରୀଗୁଣ୍ଡିଚା ଯାତ୍ରାରେ ମଧ୍ୟ ଭକ୍ତଶୂନ୍ୟ ରହିଥିଲା ବଡଦାଣ୍ଡ । ସୁପ୍ରିମକୋର୍ଟର ସମସ୍ତ ନିର୍ଦ୍ଦେଶାବଳୀ ମଧ୍ୟରେ ସୀମିତ ସବାୟତଙ୍କୁ ନେଇ ବାହୁଡା ଯାତ୍ରା ଅନୁଷ୍ଠିତ ହେଉଛି । ପୁରୀ ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହିତ ଗଳିକନ୍ଦିକୁ ସିଲ୍ କରାଯାଇଛି।