ପିପିଲି ଉପନିର୍ବାଚନର ଭୋଟ ଗଣତି ଶେଷ । ସମସ୍ତ ୨୫ ରାଉଣ୍ଡ ଗଣତି ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା । ପ୍ରାୟ ୨୧ ହଜାର ଭୋଟରେ ବିଜୟୀ ହେଲେ ବିଜେଡିର ରୁଦ୍ରପ୍ରତାପ ମହାରଥୀ ।
Pipili bypoll: ବାଜି ମାରିଲା ବିଜେଡି, ୨୧ ହଜାର ଭୋଟରେ ଜିତିଲେ ରୁଦ୍ର ମହାରଥୀ - ପିପିଲି ଭୋଟ ଗଣତି
18:04 October 03
Pipili bypoll: ବାଜି ମାରିଲା ବିଜେଡି, ୨୧ ହଜାର ଭୋଟରେ ଜିତିଲେ ରୁଦ୍ର ମହାରଥୀ
17:43 October 03
୨୦, ୪୮୯ ଖଣ୍ଡ ଭୋଟ୍ ଆଗରେ ବିଜେଡି
୨୪ ରାଉଣ୍ଡସୁଦ୍ଧା ପିପିଲି ଫଳାଫଳ । ବିଜେପିର ଆଶ୍ରିତଙ୍କ ଠାରୁ ଆଗରେ ଅଛନ୍ତି ବିଜେଡିର ରୁଦ୍ର ମହାରଥୀ । ୨୦, ୪୮୯ ଖଣ୍ଡ ଭୋଟ୍ ଆଗରେ ବିଜେଡି ।
17:36 October 03
ରାଉଣ୍ଡ ୨୩ ସୁଦ୍ଧା ୨୦,୮୩୮ ଭୋଟରେ ବିଜେଡି ଆଗୁଆ ରହିଛି
ରାଉଣ୍ଡ ୨୩ ସୁଦ୍ଧା ୨୦,୮୩୮ ଭୋଟରେ ବିଜେଡି ଆଗୁଆ ରହିଛି । ବିଜେଡିକୁ ୮୯,୨୧୧ ଭୋଟ ମିଳିଥିବାବେଳେ ବିଜେପିକୁ ୬୮,୩୭୩ ଓ କଂଗ୍ରେସକୁ ୪୦୬୩ ଖଣ୍ଡ ଭୋଟ୍ ମିଳିଛି ।
17:35 October 03
ରାଉଣ୍ଡ ୨୨ ସୁଦ୍ଧା ୨୦,୧୫୧ ଭୋଟରେ ବିଜେଡି ଆଗୁଆ ରହିଛି
ରାଉଣ୍ଡ ୨୨ ସୁଦ୍ଧା ୨୦,୧୫୧ ଭୋଟରେ ବିଜେଡି ଆଗୁଆ ରହିଛି । ବିଜେଡିକୁ ୮୫,୭୮୪ ମିଳିଥିବାବେଳେ ବିଜେପିକୁ ୬୫,୬୩୩ ଓ କଂଗ୍ରେସକୁ ୩୯୬୮ ଖଣ୍ଡ ଭୋଟ୍ ମିଳିଛି ।
17:10 October 03
ରାଉଣ୍ଡ ୨୧ ସୁଦ୍ଧା ୨୦,୬୩୯ ଭୋଟରେ ବିଜେଡି ଆଗୁଆ ରହିଛି
ରାଉଣ୍ଡ ୨୧ ସୁଦ୍ଧା ୨୦,୬୩୯ ଭୋଟରେ ବିଜେଡି ଆଗୁଆ ରହିଛି । ବିଜେଡିକୁ ୮୨,୦୫୪ ଭୋଟ ମିଳିଥିବାବେଳେ ବିଜେପିକୁ ୬୧,୪୧୫ ଓ କଂଗ୍ରେସକୁ ୩୮୭୧ ଖଣ୍ଡ ଭୋଟ୍ ମିଳିଛି
17:10 October 03
ରାଉଣ୍ଡ ୨୦ ସୁଦ୍ଧା ୨୦,୨୯୯ ଭୋଟରେ ବିଜେଡି ଆଗୁଆ ରହିଛି
ରାଉଣ୍ଡ ୨୦ ସୁଦ୍ଧା ୨୦,୨୯୯ ଭୋଟରେ ବିଜେଡି ଆଗୁଆ ରହିଛି । ବିଜେଡିକୁ ୭୮,୩୭୭୮ ଭୋଟ ମିଳିଥିବାବେଳେ ବିଜେପିକୁ ୫୮,୦୭୮ ଓ କଂଗ୍ରେସକୁ ୩୬୬୩ ଖଣ୍ଡ ଭୋଟ୍ ମିଳିଛି ।
16:46 October 03
ରାଉଣ୍ଡ ୧୯ ସୁଦ୍ଧା ୨୦,୬୦୮ ଭୋଟରେ ବିଜେଡି ଆଗୁଆ ରହିଛି
ରାଉଣ୍ଡ ୧୯ ସୁଦ୍ଧା ୨୦,୬୦୮ ଭୋଟରେ ବିଜେଡି ଆଗୁଆ ରହିଛି । ବିଜେଡିକୁ ୭୪,୪୯୮, ବିଜେପିକୁ ୫୩,୮୯୦ ଓ କଂଗ୍ରେସକୁ ୩୫୪୧ ଖଣ୍ଡ ଭୋଟ ମିଳିଛି ।
16:46 October 03
ରାଉଣ୍ଡ ୧୮ ସୁଦ୍ଧା ୨୦,୭୫୧ ଭୋଟରେ ବିଜେଡି ଆଗୁଆ ରହିଛି
ରାଉଣ୍ଡ ୧୮ ସୁଦ୍ଧା ୨୦,୭୫୧ ଭୋଟରେ ବିଜେଡି ଆଗୁଆ ରହିଛି । ବିଜେଡିକୁ ୭୧,୪୦୯, ବିଜେପିକୁ ୫୦,୬୫୮ ଓ କଂଗ୍ରେସକୁ ୩୪୭୪ ଖଣ୍ଡ ଭୋଟ୍ ମିଳିଛି ।
16:24 October 03
୧୭ ରାଉଣ୍ଡ ସୁଦ୍ଧା ବିଜେଡି ୧୯ ହଜାର ୩୨୮ ଭୋଟରେ ଆଗୁଆ ରହିଛି ।
୧୭ ରାଉଣ୍ଡ ସୁଦ୍ଧା ବିଜେଡି ୧୯ ହଜାର ୩୨୮ ଭୋଟରେ ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୬୭ ହଜାର ୯୨୫ ଭୋଟ ମିଳିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଛି ୪୮ ହଜାର ୫୯୭ ଖଣ୍ଡ ଭୋଟ । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ୩୨୯୫ ଭୋଟ ହାତେଇବାରେ ସକ୍ଷମ ହୋଇଛନ୍ତି ।
16:22 October 03
୧୬ ରାଉଣ୍ଡ ସୁଦ୍ଧା ବିଜେଡି ୧୭ ହଜାର ୪୩୫ ଭୋଟରେ ଆଗୁଆ ରହିଛି ।
୧୬ ରାଉଣ୍ଡ ସୁଦ୍ଧା ବିଜେଡି ୧୭ ହଜାର ୪୩୫ ଭୋଟରେ ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୬୩ ହଜାର ୪୩୭ ଭୋଟ ମିଳିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଛି ୪୬ ହଜାର ୨ ଖଣ୍ଡ ଭୋଟ । ସେହପରି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ୩୧୩୩ ଭୋଟ ହାତେଇଛନ୍ତି ।
15:58 October 03
୧୫ ରାଉଣ୍ଡ ସୁଦ୍ଧା ବିଜେଡି ୧୬ ହଜାର ୬୪୦ ଭୋଟରେ ଆଗୁଆ ରହିଛି
୧୫ ରାଉଣ୍ଡ ସୁଦ୍ଧା ବିଜେଡି ୧୬ ହଜାର ୬୪୦ ଭୋଟରେ ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୫୯ ହଜାର ୧୮୫ ଭୋଟ ମିଳିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଛି ୪୨ ହଜାର ୫୪୫ ଭୋଟ । ସେହପରି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ୩୦୦୩ ଭୋଟ ହାତେଇବାରେ ସକ୍ଷମ ହୋଇଛନ୍ତି ।
15:27 October 03
୧୪ ରାଉଣ୍ଡ ସୁଦ୍ଧା ବିଜେଡି ୧୫,୭୧୯ ଭୋଟରେ ଆଗୁଆ
୧୪ ରାଉଣ୍ଡ ସୁଦ୍ଧା ବିଜେଡି ୧୫,୭୧୯ ଭୋଟରେ ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କୁ ମିଳିଛି ୫୫,୩୪୭ ଭୋଟ । ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୩୯, ୬୨୮ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ବର୍ତ୍ତମାନସୁଦ୍ଧା ୨୮୯୫ ଭୋଟ ହାତେଇଛନ୍ତି ।
14:55 October 03
୧୩ ରାଉଣ୍ଡ ସୁଦ୍ଧା ୧୪,୨୧୨ ଭୋଟରେ ବିଜେଡି ଆଗୁଆ
୧୩ ରାଉଣ୍ଡ ସୁଦ୍ଧା ପିପିଲି ଫଳାଫଳରେ ୧୪,୨୧୨ ଭୋଟରେ ବିଜେଡି ଆଗୁଆ ରହିଛି । ବିଜେଡିକୁ ୫୦,୮୮୦ ଭୋଟ ମିଳିଥିବାବେଳେ ବିଜେପିକୁ ୩୬,୬୬୮ ଓ କଂଗ୍ରେସକୁ ୨,୭୮୨ ଭୋଟ ମିଳିଛି ।
14:48 October 03
ଦ୍ବାଦଶ ରାଉଣ୍ଡ୍ସୁଦ୍ଧା 3419 ଭୋଟରେ ଆଗୁଆ ବିଜେଡି
ରାଉଣ୍ଡ ୧୨ ଶେଷ ସୁଦ୍ଧା ବିଜେଡିକୁ ୪୭,୦୯୪ ଖଣ୍ଡ ଭୋଟ୍ ମିଳିଛି । ମୋଟ 13419 ଭୋଟରେ ଆଗୁଆ ରହିଛି ବିଜେଡି । ସେହିପରି ବିଜେପିକୁ ୩୩,୬୭୫ ଓ କଂଗ୍ରେସକୁ ୨୭୦୫ ଖଣ୍ଡ ଭୋଟ୍ ମିଳିଛି ।
14:12 October 03
ପିପିଲି ଫାଇଟ: ଆଗରେ ରହିଛି ବିଜେଡି
ପିପିଲି ଉପନିର୍ବାଚନର ୧୧ ରାଉଣ୍ଡ ଫଳାଫଳ । ଏବେ ସୁଦ୍ଧା ମୋଟ ୪୨, ୭୭୪ ଭୋଟ ସହ ଆଗରେ ବିଜେଡି । ବିଜେଡି ପଛକୁ ବିଜେପିକୁ ମିଳିଛି ୩୧, ୫୭୮ ଭୋଟ । ମାତ୍ର ୨, ୬୦୨ ଭୋଟ ସହ ପଛରେ ପଡିଛି କଂଗ୍ରେସ । ୧୧ ରାଉଣ୍ଡ ସୁଦ୍ଧା ମୋଟ ୧୧, ୧୯୬ ଭୋଟରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ।
13:55 October 03
ଦଶମ ରାଉଣ୍ଡ ସୁଦ୍ଧା ୧୦, ୪୫୧ ଭୋଟରେ ବିଜେଡି ଆଗୁଆ
ଦଶମ ରାଉଣ୍ଡ ସୁଦ୍ଧା ୧୦, ୪୫୧ ଭୋଟରେ ବିଜେଡି ଆଗୁଆ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କୁ ୩୮, ୫୮୯ ଭୋଟ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୮, ୧୩୮ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନଙ୍କୁ ୨, ୪୨୪ ଭୋଟ ମିଳିଛି ।
13:40 October 03
ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୯,୩୮୨ ଭୋଟରେ ଆଗୁଆ ବିଜେଡି
ଜାରି ରହିଛି ପିପିଲି ଭୋଟ ଗଣତି । ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୯,୩୮୨ ଭୋଟରେ ଆଗୁଆ ବିଜେଡି । ନବମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୩୪, ୯୧୩, ବିଜେପିକୁ ୨୫, ୫୩୧ ଓ କଂଗ୍ରେସକୁ ୨୨୮୧ ଖଣ୍ଡ ଭୋଟ ମିଳିଛି ।
13:19 October 03
୩୧,୪୫୭ ଭୋଟ ସହ ଆଗରେ ବିଜେଡି
ଅଷ୍ଟମ ରାଉଣ୍ଡ ସୁଦ୍ଧା ପିପିଲି ଫଳାଫଳ । ଗଣତି ବଢିବା ସହ ବଢୁଛି ବିଜେଡିର ଭୋଟ ସଂଖ୍ଯା । ୩୧,୪୫୭ ଭୋଟ ସହ ଆଗରେ ବିଜେଡି । ବିଜେପିର ୨୨, ୬୦୨ ଭୋଟ ରହିଥିବାବେଳେ କଂଗ୍ରେସକୁ ମିଳିଛି ମାତ୍ର ୨,୧୨୨ ଭୋଟ । ଅଷ୍ଟମ ରାଉଣ୍ଡ ସୁଦ୍ଧା ୮,୮୫୬ ଭୋଟରେ ଆଗୁଆ ବିଜେଡି ।
12:53 October 03
ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ, ପଛରେ ପଡିଛି ହାତ
ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ । ମୋଟ ୭,୬୩୦ ଭୋଟରେ ଆଗୁଆ ରହିଛି ଦଳ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କୁ ୨୭, ୧୯୨ ଭୋଟ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୧୯, ୮୮୭ ଖଣ୍ଡ ଭୋଟ ମିଳିଥିବା ସୂଚନା ।
12:34 October 03
ଷଷ୍ଠ ରାଉଣ୍ଡ ସୁଦ୍ଧା ମୋଟ 6,324 ଅଧିକ ଭୋଟ ସହ ଆଗରେ ରୁଦ୍ରପ୍ରତାପ ମହାରଥୀ
ସରିଲା ଷଷ୍ଠ ରାଉଣ୍ଡ ଗଣତି । ବିଜେଡି 3,068 ଓ ବିଜେପି 2,521 ଭୋଟ ପାଇଛି । 547 ଖଣ୍ଡ ଅଧିକ ଭୋଟରେ ଆଗୁଆ ରହିଛି ବିଜୁ ଜନତା ଦଳ । ଷଷ୍ଠ ରାଉଣ୍ଡ ସୁଦ୍ଧା ମୋଟ 6,324 ଅଧିକ ଭୋଟ ସହ ଆଗରେ ରହିଛନ୍ତି ବିଜେଡି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ ଏଯାବତ୍ ୨୩, ୪୬୨ ଭୋଟ ମିଳିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପାଇଛନ୍ତି ୧୭, ୧୩୮ ଖଣ୍ଡ ଭୋଟ । ସେହିପରି ୧୭୪୮ ଭୋଟ ସହ ପଛରେ ପଡିଛି କଂଗ୍ରେସ ।
12:27 October 03
ଶେଷ ହେଲା ପଞ୍ଚମ ରାଉଣ୍ଡ ଗଣତି, ଆଗୁଆ ବିଜେଡି
ଶେଷ ହେଲା ପଞ୍ଚମ ରାଉଣ୍ଡ ଗଣତି । ବିଜେଡିକୁ 3,157 ଭୋଟ, ବିଜେପି 2,510 ଓ କଂଗ୍ରେସକୁ ମାତ୍ର 163 ଭୋଟ ମିଳିଛି । ଅର୍ଥାତ୍ 647 ଖଣ୍ଡ ଅଧିକ ଭୋଟ ପାଇଛି ବିଜେଡି । ପଞ୍ଚମ ରାଉଣ୍ଡ ସୁଦ୍ଧା ମୋଟ 5,787 ଅଧିକ ଭୋଟ ସହ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ।
11:51 October 03
ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା 5,140 ଭୋଟରେ ବିଜେଡି ଆଗୁଆ
ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି । ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା 5,140 ଭୋଟରେ ବିଜେଡି ଆଗୁଆ । ଚତୁର୍ଥ ରାଉଣ୍ଡରେ ବିଜେଡି 3,357, ବିଜେପି 3,261 ଓ କଂଗ୍ରେସ 149 ଭୋଟ୍ ପାଇଥିବା ସୂଚନା ।
11:10 October 03
ତୃତୀୟ ରାଉଣ୍ଡ ଗଣତିରେ ବିଜେଡି ଆଗୁଆ
ସରିଲା ତୃତୀୟ ରାଉଣ୍ଡ ଗଣତି । ତୃତୀୟ ରାଉଣ୍ଡରେ 1,727 ଖଣ୍ଡ ଭୋଟରେ ବିଜେଡି ଆଗୁଆ । ବିଜେଡିକୁ 4,581 ଭୋଟ ମିଳିଥିବାବେଳେ, ବିଜେପି 2,854 ଭୋଟ ପାଇଛି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡିର ମୋଟ ଭୋଟସଂଖ୍ୟା 9,030, ବିଜେପିର 5,713 ଓ କଂଗ୍ରେସର ମାତ୍ର 981 ରହିଛି । ମୋଟ 5044 ଖଣ୍ଡ ଭୋଟରେ ଆଗରେ ଅଛନ୍ତି ମହାରଥୀ ।
11:04 October 03
ଚାଲିଛି ଭାଗ୍ୟ ପରୀକ୍ଷା, ଆଗରେ ମହାରଥୀ
ପିପିଲିରେ ଚାଲିଛି ଭାଗ୍ୟ ପରୀକ୍ଷା । ବର୍ତ୍ତମାନ ସୁଦ୍ଧା ଦୁଇ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ବିଜେଡିର ଭୋଟ ହାର ସବୁଠୁ ୫୬.୧୮% ରହିଛି । ସେହିପରି ବିଜେପି ୩୫.୫୪% ଭୋଟ ପାଇଥିବାବେଳେ କଂଗ୍ରେସକୁ ୬.୧୦%, ସିପିଆଇ(ଏମଏଲ) (ଏଲ)କୁ ୦.୫୦% ଏବଂ ଅନ୍ୟାନ ଭୋଟ ହାର ୧.୧୧% ରହିଛି ।
10:31 October 03
ପିପିଲିରେ ଆଗରେ ରହିଛି ବିଜେଡି
ଶେଷ ହେଲା ଦ୍ବିତୀୟ ରାଉଣ୍ଡ ଭୋଟ ଗଣତି । ପିପିଲିରେ ଆଗରେ ରହିଛି ବିଜେଡି । ଦ୍ବିତୀୟ ରାଉଣ୍ଡରେ ରୁଦ୍ରପ୍ରତାପ ମହାରଥୀଙ୍କୁ 1,807 ଖଣ୍ଡ ଅଧିକ ଭୋଟ ମିଳିଛି । ଦ୍ବିତୀୟ ରାଉଣ୍ଡ ସୁଦ୍ଧା ମୋଟ 3,213 ଭୋଟରେ ଆଗୁଆ ରହିଛି ବିଜେଡି ।
10:20 October 03
2,441 ଭୋଟରେ ଆଗୁଆ ରୁଦ୍ରପ୍ରତାପ
ଶେଷ ହୋଇଛି ଦ୍ବିତୀୟ ରାଉଣ୍ଡ ଟେବୁଲ ଗଣତି । ଦ୍ବିତୀୟ ରାଉଣ୍ଡରେ ବି ବିଜେଡିକୁ ମିଳିଛି ୧,୦୩୫ ଖଣ୍ଡ ଅଧିକ ଭୋଟ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ ୨,୫୪୮ ଭୋଟ ମିଳିଥିବାବେଳେ ବିଜେପି ୧,୫୧୩ ଏବଂ କଂଗ୍ରେସର ୯୪ ଭୋଟ ରହିଛି । ଦ୍ବିତୀୟ ରାଉଣ୍ଡ ସୁଦ୍ଧା ମୋଟ 2,441 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ରୁଦ୍ରପ୍ରତାପ ।
09:27 October 03
1,406 ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେଡି
ପ୍ରଥମ ରାଉଣ୍ଡ ଗଣତି ଶେଷ । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଆଗୁଆ ରହିଛନ୍ତି । ବିଜେଡି ମୋଟ 1406 ଖଣ୍ଡ ଭୋଟରେ ଆଗୁଆ । ବିଜେଡିର 4,055, ବିଜେପି 2,649 ଓ କଂଗ୍ରେସକୁ 766 ଭୋଟ ମିଳିଛି ।
09:21 October 03
ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ
କଟକଣା ମଧ୍ୟରେ ଚାଲିଛି ପିପିଲି ଉପନିର୍ବାଚନ ଭୋଟ ଗଣତି । ପ୍ରଥମ ରାଉଣ୍ଡରେ ଆଗୁଆ ରହିଛି ବିଜେଡି । 7ଟି ଟେବୁଲରେ ହୋଇଥିବା ଗଣତିରେ 1400ରୁ ଅଧିକ ଭୋଟରେ ଆଗୁଆ ରହିଛି ।
08:49 October 03
ପୋଷ୍ଟାଲ ବାଲାଟ ପରେ EVM ଭୋଟ ଗଣତି ଆରମ୍ଭ
ପିପିଲି ଉପନିର୍ବାଚନ ପାଇଁ ଗଣତି ଜାରି । ଗଣତି କରିବାକୁ ମୋଟ ୬୨ କର୍ମଚାରୀ ନିୟୋଜିତ । କୋଭିଡ କଟକଣା ମଧ୍ୟରେ ଚାଲିଛି ଭୋଟ ଗଣତି । ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ଆରମ୍ଭ । ଗଣତି ଟେବୁଲରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି ।
08:03 October 03
ପିପିଲିରେ ଭୋଟ ଗଣତି ଆରମ୍ଭ, ଚାଲିଛି ପୋଷ୍ଟାଲ ବାଲାଟ୍ କାଉଣ୍ଟିଂ
ପିପିଲି ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ । ପ୍ରଥମେ ହେଉଛି ପୋଷ୍ଟାଲ ବାଲାଟ୍ କାଉଣ୍ଟିଂ । ସାଢେ ୮ଟାରୁ ଆରମ୍ଭ ହେବ ଇଭିଏମ୍ ଗଣତି । ୧୪ ଟେବୁଲ ଓ ୨୪ ରାଉଣ୍ଡରେ ହେବ କାଉଣ୍ଟିଂ ।
06:24 October 03
ଆଜି ଆସିବ ପିପିଲି ଫଳ। ଆରମ୍ଭ ହେଲା ଭୋଟ ଗଣତି ପାଇଁ ପ୍ରକ୍ରିୟା ।
ପୁରୀ: ଆଜି ପିପିଲି ଉପନିର୍ବାଚନର ଆସିବ ଫଳାଫଳ । ଏନେଇ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଦୁଇଟି ପ୍ରକୋଷ୍ଠର ୧୪ଟି ଟେବୁଲରେ ୨୫ ରାଉଣ୍ତ ଗଣତି କରାଯିବ । ଅନ୍ୟ ଏକ ପ୍ରକୋଷ୍ଠରେ ପୋଷ୍ଟାଲ ଭୋଟ ଗଣତି ହେବ । ସକାଳ ୭ଟାରୁ ଆରମ୍ଭ ହୋଇଛି ଗଣତି ପାଇଁ ପ୍ରକ୍ରିୟା ।
ଇଭିଏମଗୁଡିକୁ ତ୍ରିସ୍ତରୀୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । । ପ୍ରଥମେ ୯୨୪ଟି ପୋଷ୍ଟାଲ ବାଲଟ ଗଣତି କରାଯିବ । ପରେ ଇଭିଏମ ମେସିନରେ ଭୋଟ ଗଣତି ହେବ । ପ୍ରତି ଟେବୁଲରେ ସିସିଟିଭି କ୍ଯାମେରା ଲଗାଯାଇଛି । ଏହାର ପ୍ରତି ରାଉଣ୍ଡରେ ଅପଡେଟ୍ ଦିଆଯିବ ।
ସେହିପରି ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ନିଷିଦ୍ଧ କରାଯାଇଛି । କଡାକଡି ଯାଞ୍ଚ ପରେ ଏଜେଣ୍ଟ ଓ କର୍ମଚାରୀଙ୍କୁ କେନ୍ଦ୍ରକୁ ଛଡାଯାଉଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ