ଓଡିଶା

odisha

ETV Bharat / state

ଟିକା ଡୋଜ ବ୍ୟବଧାନ ବୃଦ୍ଧି ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା - vaccine gap extension

ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ଅବଧି କେନ୍ଦ୍ର ସରକାର ବାରମ୍ବାର ପରିବର୍ତ୍ତନ କରୁଛନ୍ତି । ତେବେ ଦ୍ବିତୀୟ ଡୋଜ ନେବାର ପ୍ରକୃତ ଅବଧି ସରକାର ଲୋକଙ୍କୁ ଅବଗତ କରାଇବା ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଛି ଶ୍ରୀଜଗନ୍ନାଥ ସେନା । ଅଧିକ ପଢନ୍ତୁ...

ଟିକା ଡୋଜ ବ୍ୟବଧାନ ବୃଦ୍ଧି ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା
ଟିକା ଡୋଜ ବ୍ୟବଧାନ ବୃଦ୍ଧି ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

By

Published : Jun 26, 2021, 4:42 PM IST

ପୁରୀ:ଦେଶରେ ଟିକା ଡୋଜ ନେବାର ବ୍ୟବଧାନ ଅବଧି କେନ୍ଦ୍ର ସରକାର ବାରମ୍ବାର ବଢାଉଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି ହୋଇଛି । ପ୍ରଥମେ କୋଭିଡ ଟିକାର ଦ୍ବିତୀୟ ଡୋଜ ସମୟ ଅବଧି 28 ଦିନ ଥିଲା । ପରେ ଏହା 6 ରୁ 8 ସପ୍ତାହ ଓ ପରେ ପୁଣି 12 ରୁ 16 ସପ୍ତାହ ତଥା 84 ଦିନ ବ୍ୟବଧାନ ରହିବା ଉଚିତ ବୋଲି କେନ୍ଦ୍ର କରିଛି । ବାରମ୍ବାର ବ୍ୟବଧାନ ଅବଧି ବୃଦ୍ଧି ନେଇ ପୁରୀ ଶ୍ରୀଜଗନ୍ନାଥ ସେନା ଅସନ୍ତୋଷ ଜାହିର କରିବା ସହ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଛି । ତୁରନ୍ତ ସୁପ୍ରିମକୋର୍ଟ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରି ଦ୍ବିତୀୟ ଡୋଜ ନେବାର ପ୍ରକୃତ ସମୟ ଅବଧି ଲୋକଙ୍କୁ ସଠିକ ଭାବେ ଅବଗତ କରାଇବା ନେଇ ସୁପ୍ରିମକୋର୍ଟକୁ ଅନୁରୋଧ କରିଛି ଜଗନ୍ନାଥ ସେନା ।

ଟିକା ଡୋଜ ବ୍ୟବଧାନ ବୃଦ୍ଧି ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ଶ୍ରୀଜଗନ୍ନାଥ ସେନା କହିଛି ଯେ ପ୍ରଥମେ କୋଭିଡ ଟିକାର ଦ୍ବିତୀୟ ଡୋଜ ସମୟ 28 ଦିନ ଥିବାବେଳେ ଏବେ ଏହି ବ୍ୟବଧାନ 84 ଦିନ ରହିବା ଉଚିତ୍ ବୋଲି ସରକାର କହିଛନ୍ତି । ଯାହାଫଳରେ 28 ଦିନରେ ଦ୍ବିତୀୟ ଡୋଜ ନେଇଥିବା ବ୍ୟକ୍ତି ଏବେ ଟିକା କାର୍ଯ୍ୟକାରିତାକୁ ନେଇ ଦ୍ବନ୍ଦ ଓ ଭୟଭୀତ ଅଛନ୍ତି । ଯଦି 84 ଦିନ ଭିତରେ ଦ୍ବିତୀୟ ଡୋଜ ନେବା ଭଲ ତେବେ 28 ଦିନରେ କାହିଁକି କୋଟି କୋଟି ଲୋକଙ୍କୁ ଦ୍ବିତୀୟ ଡୋଜ ଦିଆଗଲା ସେନେଇ ସେନା ପ୍ରଶ୍ନ କରିଛି ।

ସେହିପରି ବିଦେଶକୁ ଯାଉଥିବା ବ୍ୟକ୍ତିଙ୍କୁ କୋଭିଡ ଟିକାର ଦ୍ବିତୀୟ ଡୋଜ 84 ଦିନ ପରିବର୍ତ୍ତେ 28 ଦିନରେ ନେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ସେପଟେ ଶ୍ରୀମନ୍ଦିର ସେବାୟତଙ୍କୁ 28 ଦିନରେ ଦ୍ବିତୀୟ ଡୋଜ ଦିଆଯାଇଛି । ଏଣୁ ଦ୍ବିତୀୟ ଡୋଜ ଟିକା ନେଇ ଯେଉଁ କ୍ରିନିକାଲ ଟ୍ରାଏଲ ହୋଇଛି ଏବଂ ଯାହାକୁ ଭିତ୍ତି କରି କେନ୍ଦ୍ର ସରକାର ଯେଭଳି ନିଷ୍ପତ୍ତି ନେଉଛନ୍ତି ଓ ବଦଳାଉଛନ୍ତି ସେହି ଟ୍ରାଏଲର ତଥ୍ୟ ପ୍ରମାଣ ସୁପ୍ରିମକୋର୍ଟ କେନ୍ଦ୍ରକୁ ମାଗିବାକୁ ଶ୍ରୀଜଗନ୍ନାଥ ସେନା ପିଟିସିନରେ ଅନୁରୋଧ କରିଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details