ଓଡିଶା

odisha

ETV Bharat / state

ବିନା ନୋଟିସରେ ମାପଚୁପକୁ ନେଇ ବିରୋଧ

ଶ୍ରୀମନ୍ଦିର ଚହୁଦିରୁ ମଠ, ଘର ଉଚ୍ଛେଦ ହେବା ସହ ଏବେ 75 ମିଟର ଯାଏଁ ଉଚ୍ଛେଦ ନେଇ ଚାଲିଛି ମାପଚୁପ । ତେବେ ବିନା ନୋଟିସରେ ମାପଚୁପ କରାଯାଉଥିବାରୁ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।

By

Published : Sep 19, 2019, 3:03 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀର 75 ମିଟର ଉଚ୍ଛେଦ ନେଇ ଚାଲିଛି ମାପଚୁପ । ତେବେ ମାପଚୁପ ପ୍ରକ୍ରିୟାକୁ ନେଇ ଆଜି ପଶ୍ଚିମ ଦ୍ବାର ବସେଲି ସାହି, ମଣିକର୍ଣ୍ଣକା ସାହିରେ କିଛି ସମୟ ଧରି ଉତ୍ତେଜନା ସୃଷ୍ଟି ହୋଇଥିଲା।

ବିଶେଷ କରି ବିନା ନୋଟିସରେ ଘରେ ପଶି ମାପ ଚୁପକୁ ବିରୋଧ କରିଥିଲେ ଲୋକେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ବିସ୍ଥାପିତଙ୍କ ସହ ପ୍ରଥମେ ଆଲୋଚନା ପରେ ଉଚ୍ଛେଦ କାମ ଆରମ୍ଭ ହେବ । ତେବେ ବିନା ନୋଟିସରେ ଘରେ ପଶି ମାପଚୁପକୁ ବିରୋଧ କରିଥିଲେ ଲୋକେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଏହାକୁ ନେଇ ଉତ୍ତେଜନା ବଢିବା ଯୋଗୁଁ ପୁରୀ ଏଡିଏମ ଵିନୟ କୁମାର ଦାସ ଘଟଣାସ୍ଥଳକୁ ଯାଇ ଆଲୋଚନା କରିଥିଲେ । ଆଲୋଚନା ପରେ ମାପଚୁପ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details