ଓଡିଶା

odisha

ETV Bharat / state

ଦୂଷିତ ଜଳ ପିଇ ଝାଡାବାନ୍ତିରେ ଆକ୍ରାନ୍ତ ଲୋକେ, ଜଣେ ମୃତ - ଜିଲ୍ଲାପାଳ ସମର୍ଥ ବର୍ମା

ପୁରୀରେ ଝାଡ଼ାବାନ୍ତି ନେଲା ଜଣେ ମହିଳାଙ୍କ ମୁଣ୍ଡ । ବିମାନବଡୁ ସାହି ସେବାୟତ ପରିବାରର ୭୦ ବର୍ଷୀୟା ବୃଦ୍ଧା ବାସନ୍ତୀ ଦାଶ ଙ୍କ ମୃତ୍ୟୁ ଅଭିଯୋଗ । ଅଧିକ ପଢନ୍ତୁ

diarrhea in puri
diarrhea in puri

By

Published : Dec 16, 2022, 9:52 PM IST

ଦୂଷିତ ଜଳ ପିଇ ଝାଡାବାନ୍ତିରେ ଆକ୍ରାନ୍ତ ଲୋକେ, ଜଣେ ମୃତ

ପୁରୀ:ପୁରୀରେ ଘରେଘରେ ବ୍ୟାପୁଛି ଝାଡାବାନ୍ତି । ଝାଡାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକ ହେଉଛନ୍ତି ବିମାନବଡୁ ସାହି ସେବାୟତ ପରିବାରର ୭୦ ବର୍ଷୀୟା ବୃଦ୍ଧା ବାସନ୍ତୀ ଦାଶ ।

ସୂଚନା ମୁତାବକ, ଗତ କିଛି ଦିନ ହେବ ଜନସ୍ବାସ୍ଥ୍ୟ ବିଭାଗ ଦ୍ବାରା ଯୋଗାଉଥିବା ପାନୀୟ ଜଳ ଅତ୍ୟନ୍ତ ଦୂଷିତ ଓ ମଇଳା ପାଣି ଆସୁଥିବା ଅଭିଯୋଗ ହୋଇଥିଲା। ବାସେଳୀ ସାହିରେ ପାଣି ପାଇପ୍ ଫାଟି ଯାଇଥିବା ଯୋଗୁଁ ଏଥିରେ ଡ୍ରେନର ପାଣି ବିଶୁଦ୍ଧ ପାନୀୟ ଜଳରେ ମିଶିଯିବାରୁ ଝାଡ଼ାବାନ୍ତି ବ୍ୟାପିଛି । ତେବେ ସ୍ଥିତି ସମୀକ୍ଷା ପାଇଁ ଗତ ଦୁଇଦିନ ତଳେ ଜିଲ୍ଲାପାଳ ସମର୍ଥ ବର୍ମା ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିବା ସହ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ଉନ୍ନତି ଘଟିନାହିଁ ।‌ ଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଝାଡ଼ାବାନ୍ତିରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଯୋଗୁ ଆତଙ୍କ ଖେଳିଯାଇଛି ।

ଅନ୍ୟପଟେ ଏବେବି ଶତାଧିକ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ଥିବାବେଳେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଦାବି ହୋଇଛି ।‌ ସେହିପରି ବିଶୁଦ୍ଧ ପାନୀୟ ଜଳ ଆସୁଥିବା ପାଣି ପାଇପ୍‌ରେ ଏବେବି ଦୂଷିତ ଜଳ ଆସୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details