ଓଡିଶା

odisha

ETV Bharat / state

ବାହୁଡା ଯାତ୍ରା: ଆରମ୍ଭ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି

ପହଣ୍ଡି ବିଜେରେ ଜଗତର ନାଥ ଜଗନ୍ନାଥ । ଝୁଲିଝୁଲି ରଥାଆଡକୁ ଅଗ୍ରସର ହେଉଛନ୍ତି କାଳିଆ ସାଆନ୍ତ ।

By

Published : Jul 12, 2019, 11:05 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆରମ୍ଭ ହେଲା ଜଗତରନଥ ଜଗନ୍ନାଥଙ୍କ ପହଣ୍ଡି । ବଡଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଦିବ୍ୟ ଟାହିଆରେ ସୁଶୋଭିତ ହୋଇ ଭକ୍ତଙ୍କ ଗହଳରେ ଝୁଲିଝୁଲି ଆସୁଛନ୍ତି ଜଗନ୍ନାଥ । ବଳଭଦ୍ରଙ୍କ ପରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ବାହାରିଥିଲେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ଗୋଟି ପହଣ୍ଡିରେ ବାହାରିଥିଲେ । ଶେଷରେ ଗହଳି ଲଗାଇ ଶ୍ରୀ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥାଆଡକୁ ଅଗ୍ରସର ହୋଇଛନ୍ତି । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତିମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details