ପୁରୀ: ରାତି ପାହିଲେ ନୂଆଖାଇ । ସାରା ରାଜ୍ୟରେ ଏନେଇ ଉତ୍ସବର ମାହୋଲ। ବିଶେଷ କରି ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମ ଓଡିଶା । ତେବେ ପଶ୍ଚିମ ଓଡିଶାର ଏହି ଗଣପର୍ବ ପାଇଁ ବାଲୁକାକଳା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ପୁରୀ ବେଳାଭୂମିରେ ଝଲସି ଉଠୁଛି ପଶ୍ଚିମ ଓଡିଶାର ପରମ୍ପରା ସମ୍ବଲପୁରୀ ଶାଢୀର ସୌନ୍ଦର୍ଯ୍ୟ । 20 ଟନ ବାଲିର ବ୍ୟବହାରରେ ନିର୍ମିତ ଏହି ବାଲୁକାକଳାରେ ସମ୍ବଲପୁରୀ କଳାକୃତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥିସହ ବାଲୁକାକଳାରେ ଶୋଭା ପାଇଛି ଧାନକେଣ୍ଡାର ଚିତ୍ର ସହ ଇଷ୍ଟ ଦେବୀଙ୍କୁ ଆରାଧନା କରାଯିବାର ଦୃଶ୍ୟ ।