ଜୁଲାଇ ୩୧ ଯାଏଁ ପୁରୀକୁ ବାହାର ଲୋକଙ୍କୁ ମନା - puri
19:49 July 04
ପୁରୀକୁ ବାହାର ଲୋକଙ୍କୁ ମନା
ପୁରୀ: ପୁରୀରେ ପୁଣି ଲାଗିଲା କଟକଣା । ବାହାର ଜିଲ୍ଲାର ଲୋକଙ୍କୁ ପୁରୀ ପ୍ରବେଶ ଉପରେ ଜିଲ୍ଲା ପ୍ରଶାସନ ଲଗାଇଛି କଟକଣା । ଘୋଷଯାତ୍ରାରେ ନିୟୋଜିତ ସେବାୟତଙ୍କ ପୁନର୍ବାର କୋରୋନା ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଜୁଲାଇ ୩୧ ଯାଏ ନିହାତି ଜରୁରୀ କାମ ନଥିଲେ ନ ଆସିବାକୁ ପରାମର୍ଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ତେବେ ଏହାକୁ କଡାକଡି କରିବା ପାଇଁ ପୁରୀ ଜିଲ୍ଲାର ୩ଟି ପ୍ରବେଶ ପଥ ଉପରେ ନଜର ରଖିବ ପ୍ରଶାସନ ।
ସେହିପରି ଜିଲ୍ଲାରେ ପ୍ରବେଶ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ପୁରୀ ଜିଲ୍ଲାବାସୀ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନ ଥିଲେ ପୁରୀ ବାହାରକୁ ନ ଯିବା କୁ ଜିଲ୍ଲାପାଳ ବଲଓ୍ବନ୍ତ ସିଂ କହିଛନ୍ତି । ସେହିପରି ଆଉଥରେ ମଧ୍ୟ ରଥଯାତ୍ରାରେ ନିୟୋଜିତ ସେବାୟତ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ ହେବ । କୋରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଉଛି । ଏଥିରେ ପ୍ରଶାସନକୁ ଜିଲ୍ଲା ବାସୀ ସହଯୋଗ କରିବାକୁ କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ କୋଣାର୍କ ମନ୍ଦିର ମଧ୍ୟ ଅସନ୍ତା 31 ତାରିଖ ଯାଏ ବନ୍ଦ ରହିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ