ଓଡିଶା

odisha

By

Published : Dec 27, 2020, 3:54 PM IST

Updated : Dec 27, 2020, 4:22 PM IST

ETV Bharat / state

ପୁରୀରେ ମାଛଧରାକୁ ନେଇ ବୋମାମାଡ: ଜଣେ ଆହତ

ପୁରୀ ଜିଲ୍ଲା କଣାସ ବ୍ଲକରେ ମାଛଧରାକୁ ନେଇ ବୋମା ମାଡ । ଜଣେ ଆହତ । ଅଧିକ ପଢନ୍ତୁ...

ପୁରୀରେ ମାଛଧରାକୁ ନେଇ ବୋମାମାଡ: ଜଣେ ଆହତ
ପୁରୀରେ ମାଛଧରାକୁ ନେଇ ବୋମାମାଡ: ଜଣେ ଆହତ

ପୁରୀ: ଜିଲ୍ଲାସ୍ଥିତ କଣାସ ବ୍ଲକରେ ମାଛ ଧରିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଏତେମାତ୍ରାରେ ହୋଇଥିଲା ଯେ, ଶେଷରେ ବୋମା ମାଡ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ପୁରୀରେ ମାଛଧରାକୁ ନେଇ ବୋମାମାଡ: ଜଣେ ଆହତ

ସୂଚନା ଅନୁଯାୟୀ ପୁରୀ ଜିଲ୍ଲା କଣାସ ବ୍ଲକ ଦୟାନଦୀରେ ମାଛଧରା ଚାଲିଥିଲା । ଏହି ସମୟରେ ଗଡ଼ିସାଗଦା ଥାନା ନାଇକୁଳ ପାଟଣା ଓ ଜାଗୁଳାଇ ପଦର ଗାଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବୋମା ମାଡ ହୋଇଥିବା ଜଣାପଡିଛି । ଏନେଇ ଅଭିଯୋଗ ହେବାପରେ ପୋଲିସ ଏକାଧିକ ଲୋକଙ୍କୁ ଥାନାରେ ଅଟକ ରଖିଛି ।

ଅନ୍ୟପଟେ ସମ୍ପୃକ୍ତ ସ୍ଥାନରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ଏହି ବୋମା ମାଡରେ ଜଣେ ଆହତ ହୋଇଥିବା ଜଣାପଡିଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 27, 2020, 4:22 PM IST

ABOUT THE AUTHOR

...view details