ଓଡିଶା

odisha

ETV Bharat / state

ସ୍କୁଟି- ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, 1 ମୃତ

ମାଳତୀପାଟପୁର ନିକଟରେ ସଡକ ଦୁର୍ଘଟଣା । ସ୍କୁଟି- ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମୃତ ଜଣେ ଆହତ ।

By

Published : Feb 9, 2019, 7:06 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ପୁରୀ: ଜିଲ୍ଲାର ମାଳତୀପାଟପୁର ନିକଟରେ ସଡକ ଦୁର୍ଘଟଣା । ଏକ ହଣ୍ଡାଆକ୍ଟିଭା ଓ ଗ୍ୟାସ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ସଦର ଥାନା ଜମାରସୁହାଁ ଗ୍ରାମର ମୁରଲୀଧର ଜେନା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ, ମୁରଲୀ ଜଣେ ମହିଳାଙ୍କ ସହ ପୁରୀ ଅଭିମୁଖେ ଆସୁଥିବା ବେଳେ ତାଙ୍କୁ ଏକ ଗ୍ୟାସ ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ମୁରଲୀଙ୍କ ମୃତ୍ୟୁ ହୋଇଥିଲା ଏବଂ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ କଟକ ବଡ ମେଡିକାଲକୁ ରେଫର କରାଯାଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details