ଓଡିଶା

odisha

ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଚାଳକ ଗୁରୁତର

By

Published : Sep 13, 2019, 2:55 PM IST

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧିନସ୍ଥ ସାହାଜନପୁର ଗାଁରେ ସଡ଼କ ଦୁର୍ଘଟଣା । ଜଣେ ବାଇକ ଆରୋହୀ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଇ ଗୁରୁତର ହୋଇପଡିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ନଗିରି

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧିନସ୍ଥ ସାହାଜନପୁର ଗାଁରେ ସଡ଼କ ଦୁର୍ଘଟଣା । ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଲା ବାଇକ । ଗାଡି ଚାଳକ ଗୁରୁତର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ନଗିରି

ସହାଜନପୁର ରାସ୍ତାରେ ଭୁବନପୁର ଗ୍ରାମର ଜୟନ୍ତ ଭୋଇ ବାଇକ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଗୁରୁତର ଆହତ ହୋଇ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ 108 ଯୋଗେ ରେବଣା ନୂଆଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆସୁ ଚିକିତ୍ସା କରାଇ ପୁରୀ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details