ଓଡିଶା

odisha

ETV Bharat / state

ଦଲାଲ ଆଖ୍ୟାକୁ ମେଡିସିନ ରିପ୍ରେଜେଣ୍ଟଟିଭଙ୍କ କଡା ବିରୋଧ

ମେଡିସିନ ରିପ୍ରେଜେଣ୍ଟେଟିଭ୍‌ଙ୍କୁ ଦଲାଲ ଆଖ୍ୟା । ଯାହାକୁ ବିରୋଧ କରିଛି ଓଡିଶା ସେଲ୍ସ ରିପ୍ରେଜେଣ୍ଟେଟିଭ୍‌ ଆସୋସିଏସନ ।

By

Published : Sep 29, 2019, 11:34 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ମେଡିକାଲକୁ ଦଲାଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡରେ ପୋଲିସ । ଏନେଇ ପୋଲିସ ପକ୍ଷରୁ ଚାଲିଛି ଚାଲିଛି ଏକ ବଡଧରଣର ଅପରେସନ । ଏହି କ୍ରମରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି କିଛି ଦଲାଲଙ୍କୁ ଗିରଫ କରିଛି । ସେହିପରି ମେଡିସିନ ରିପ୍ରେଜେଣ୍ଟେଟିଭ୍‌ଙ୍କୁ ମଧ୍ୟ ମେଡିକାଲରୁ ଗିରଫ କରୁଛି ପୋଲିସ । ଯାହାକୁ ଓଡିଶା ସେଲ୍ସ ରିପ୍ରେଜେଣ୍ଟେଟିଭ୍‌ ଆସୋସିଏସନ କଡା ବିରୋଧ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ମେଡିସିନ ରିପ୍ରେଜେଣ୍ଟେଟିଭ୍‌ ଗିରଫ କରିବା ସହ ସେମାନଙ୍କୁ ଦଲାଲ ଆଖ୍ୟା ଦେବାକୁ ସଂଗଠନ ଆପତ୍ତି କରିଛି । ସଂଗଠନର କହିବାନୁଯାୟୀ, 1976 ମସିହାରେ କେନ୍ଦ୍ର ସରକାର ମେଡିସିନ ରିପ୍ରେଜେଣ୍ଟେଟିଭ ମାନଙ୍କୁ ସେଲ୍ସ ପ୍ରମୋସନ କର୍ମଚାରୀ ବୋଲି ମାନ୍ୟତା ଦେଇଛନ୍ତି । ସେହିପରି ରାଜ୍ୟ ସରକାର 2014 ମସିହାରୁ ମେଡିସିନ ରିପ୍ରେଜେଣ୍ଟେଟିଭ ମାନଙ୍କୁ ଅତି କୁଶଳୀ ଶ୍ରମିକ ମାନ୍ୟତା ଦେଇଛନ୍ତି । ସେମାନେ ବିଭିନ୍ନ କମ୍ପାନୀରୁ ଦରମା ନେଇ କର୍ମଚାରୀ ରୂପେ କାମ କରିଥାନ୍ତି । ଯଦ୍ବାରା ମେଡ଼ିକାଲର କୌଣସି ଦଲାଲ କାର୍ଯ୍ୟରେ ଏମାନେ ସମ୍ପୃକ୍ତ ରହିନଥାନ୍ତି ।

ନିୟମ ଅନୁସାରେ ଏମାନେ ବିଭିନ୍ନ ମେଡିସିନ ପ୍ରଡକ୍ଟ କେଵଳ ଡ଼ାକ୍ତରଙ୍କୁ ସୂଚନା ପ୍ରଦାନ କରିଥାନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ଏବେ କିଛି ସରକାରୀ ବ୍ୟବସ୍ଥାରେ ଥିବା ମନ୍ଦ ପ୍ରକୃତିର ଲୋକ ମେଡିସିନ ରିପ୍ରେଜେଣ୍ଟେଟିଭ ମାନଙ୍କୁ ଦଲାଲର ପରିଚୟ ଦେଇ ଗିରଫ କରାଯାଇଛି । ତୁରନ୍ତ ପୋଲିସ ଓ ସରକାର ଏହି ନୀତିରୁ ନ ଓହରିଲେ ସଂଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details