ପୁରୀ:ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଏହି ଦିନ ଶ୍ରୀରାଧାରାଣୀଙ୍କର ଓଡିଅ।ଣୀ ବେଶ ଓ ପାଦ ଦର୍ଶନ ହୋଇଥାଏ । ସାକ୍ଷୀଗୋପାଳ ଗୋପାଳଜୀ ମନ୍ଦିରରେ ଭକ୍ତଙ୍କର ଗହଳି ଲାଗିଥାଏ । ମହାମାରୀ କୋପ କମିବା ପରେ ଚଳିତ ବର୍ଷ ଶ୍ରୀରାଧାରାଣୀଙ୍କର ଓଡିଅ।ଣୀ ବେଶ ଓ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ । ଏନେଇ ପୁଣି ଚଳଚଞ୍ଚଳ ହୋଇଛି ଗୋପାଳଜୀ ମନ୍ଦିର । ସଠିକ୍ ସମୟରେ ଦେବନିତୀ ସମ୍ପର୍ଣ୍ଣ ସହିତ, ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଭକ୍ତମାନଙ୍କୁ ଯୋଗାଇ ଦେବା ପ।ଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ତେବେ ଆସନ୍ତାକାଲି ପବିତ୍ର ଅଁଳା ନବମୀରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ଅନୁମତି ରହିଥିବା ବେଳେ ଛୁଇଁବା ମନା ବୋଲି ସୂଚନା ରହିଛି ।
ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ରହିଛି ଗୋପାଳଜିଉ ମନ୍ଦିର । ପ୍ରତି ବର୍ଷ ପରି ଭଳି ଚଳିତ ବର୍ଷ ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ ଲାଗି ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ବର୍ଷକରେ ଥରେ ଭକ୍ତମାନେ ଓଡିଅ।ଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି । ଅଁଳା ନବମୀ ଦିନ ଶ୍ରୀରାଧାଙ୍କର ଏହି ସ୍ବତନ୍ତ୍ର ବେଶ ହୋଇଥାଏ । ଭକ୍ତମାନେ ଉକ୍ତ ଦିନ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ସହିତ ରାଧାଙ୍କର ପାଦ ଦର୍ଶନ କରି ସ୍ପର୍ଶ କରିବାର ସୁଯୋଗ ପାଇଥାନ୍ତି । ମାତ୍ର କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତଙ୍କୁ ଦର୍ଶନ ଉପରେ କଟକଣା ଜାରି କରାଯାଇ ଥିଲା । ମାତ୍ର ଚଳିତ ବର୍ଷ କଟକଣା କୋହଳ ପରେ ଭକ୍ତ ଦର୍ଶନର ସୁଯୋଗ ପାଇବେ । ଏଥିପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି ।