ଓଡିଶା

odisha

ବନକଲାଗିକୁ ନେଇ ତେଜୁଛି ବିବାଦ, ବୁଧବାର ନୀତି କରିବାକୁ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍‌

By

Published : Jul 26, 2023, 1:28 PM IST

ବନକଲାଗି ନୀତିକୁ ନେଇ ବଢିଲା ବିବାଦ । ମହାପ୍ରଭୁଙ୍କ ବନକଲାଗି ନୀତି କରିବା ପାଇଁ ଦତ୍ତ ମହାପାତ୍ର ସେବକ ନିଯୋଗକୁ ଗତକାଲି ନୋଟିସ୍ କରିଛି ଶ୍ରୀମନ୍ଦିର ପ୍ରଶାସନ । ଅଧିକ ପଢନ୍ତୁ

no banakalagi ritual conducted in srimandir
no banakalagi ritual conducted in srimandir

no banakalagi ritual conducted in srimandir

ପୁରୀ:ନିଳାଦ୍ରୀ ବିଜେ ପରଠାରୁ ହୋଇନାହିଁ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ଶୃଙ୍ଗାର । ମଳିନ ପଡିଲାଣି ଓଡିଆ ଜାତିର ମଉଡମଣୀଙ୍କ ଶ୍ରୀମୁଖ। ଯାହାକୁ ନେଇ କୋଟି କୋଟି ଓ ଜଗନ୍ନାଥ ଭକ୍ତ ଦୁଃଖିତ ମର୍ମାହତ । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତଙ୍କ ମଧ୍ୟରେ ସ୍ଵତ୍ଵଲିପିକୁ ନେଇ ବିବାଦ ଲାଗି ରହିଛି । ଏହାର ସମାଧାନ ହୋଇ ପାରୁ ନ ଥିବାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରୁନାହିଁ । ସେପଟେ ମହାପ୍ରଭୁଙ୍କ ବନକଲାଗି ନୀତି କରିବା ପାଇଁ ଦତ୍ତ ମହାପାତ୍ର ସେବକ ନିଯୋଗକୁ ଗତକାଲି ନୋଟିସ୍ କରିଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ନୀତି କରାନଗଲେ ଶ୍ରୀମନ୍ଦିର ପ୍ରଶାସନ ବିକଳ୍ପ ବ୍ୟବସ୍ଥା କରିବ ବୋଲି ଚିଠିରେ ସ୍ପଷ୍ଟ କରିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନର ନୋଟିସ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଦତ୍ତ ମହାପାତ୍ର ସେବକ ସଞ୍ଜୟ ଦତ୍ତ ମହାପାତ୍ର ।

ତେବେ ଶ୍ରୀମନ୍ଦିର ସ୍ୱତଲିପି ଅନୁଯାୟୀ, ଗୁରୁବାର ମହାପ୍ରଭୁଙ୍କ ବନକ ଲାଗି ନୀତି ହୋଇଥାଏ। ଏଣୁ ପରମ୍ପରାକୁ ଭାଙ୍ଗି କିଭଳି ବୁଧବାର ଦିନ ଏହି ନୀତି କରାଯିବ । ସେହିପରି ବନକଲାଗି ନିତି ପାଇଁ ଆବଶ୍ୟକ ହେଉଥିବା ପାରମ୍ପାରିକ ଦ୍ରବ୍ୟ ପ୍ରସ୍ତୁତିରେ 12 ଘଣ୍ଟା ସମୟ ଦରକାର । ଏଥି ସହିତ ହିଙ୍ଗୁଳ, ହରିତାଳ, ଶଙ୍ଖ ଆଦି ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରିବାକୁ ପଡ଼ିଥାଏ । ଏହାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ନାହିଁ । କିନ୍ତୁ ପୂର୍ବ ସୁଚନା ଦିଆନଯାଇ ମଙ୍ଗଳାବାର ରାତିରେ ନୋଟିସ ଦିଆଯାଇଛି । ବୁଧବାର ବନକ ଲାଗି ପାଇଁ ଆବଶ୍ୟକ ଦ୍ରବ୍ୟ ପ୍ରସ୍ତୁତି ହୋଇ ନାହିଁ । ଏଣୁ ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଦତ୍ତ ମହାପାତ୍ର ସେବକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୁରୁବାର ମହାପ୍ରଭୁଙ୍କ ବନକ ଲାଗି ପରମ୍ପରା ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କାହା ପରାମର୍ଶରେ ଏହି ନିୟମ ଭାଙ୍ଗି ଜୋର୍ ଜବରଦସ୍ତ ବୁଧବାର ବନକ ଲାଗି କରିବାକୁ ଚାହୁଁଛି ବୋଲି ପ୍ରଶ୍ନ ଉଠାଇଛି ଦତ୍ତ ମହାପାତ୍ର ନିଯୋଗ । ସେହିପରି ଏହି ବିବାଦର ସମାଧାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ନିଯୋଗ ସହ ଆଲୋଚନା କରିନାହାନ୍ତି । ତେଣୁ ଏକ ପାଖିଆ ଭାବେ ବନକ ଲାଗି ନୀତି ପାଇଁ ନୋଟିସ କରିବା ଦୁଃଖ ଦାୟକ ବୋଲି ଦତ୍ତ ମହାପାତ୍ର ସେବକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବୁଧବାର ହେବ ତ ଶ୍ରୀଜିଉଙ୍କ ବନକଲାଗି ନୀତି ? ହୋଇନାହିଁ ବିବାଦର ସମାଧାନ

ଶ୍ରୀମନ୍ଦିର ପ୍ରଶାସନ ଯେଉଁ ବିକଳ୍ପ ବ୍ୟବସ୍ଥା କଥା କହିଛି ତାହା ରେକର୍ଡ ଅଫ ରାଇଟରେ ନାହିଁ। ଯଦି ପରମ୍ପରା ଭାଙ୍ଗି ବିକଳ୍ପ ବ୍ୟବସ୍ଥା ହୁଏ ଦତ୍ତ ମହାପାତ୍ର ନିଯୋଗ ଏହାର ତୀବ୍ର ପ୍ରତିବାଦ କରିବ । ଦରକାର ହେଲେ ଆଇନଗତ କାର୍ଯ୍ୟନୁଷ୍ଠାନ ପାଇଁ କୋର୍ଟର ଦ୍ୱାରସ୍ଥ ହେବ ଦତ୍ତ ମହାପାତ୍ର ନିଯୋଗ କହିଛନ୍ତି ସେବକ । ସେପଟେ ବନକଲାଗିକୁ ନେଇ ବିବାଦ ବଢୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାଶ କିନ୍ତୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ଏଡ଼ାଇ ଦେଇଛନ୍ତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗ ନିଜ ନିଜ ଅହଙ୍କାର, ଜିଦରୁ ଓହରି ମହାପ୍ରଭୁଙ୍କ ସେବା କାର୍ଯ୍ୟ ଆଗେଇ ନେବାକୁ ସେବାୟତ, ଭକ୍ତ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details