ଓଡିଶା

odisha

ETV Bharat / state

ଶିକ୍ଷା ବ୍ୟବସ୍ଥାର ଉଜୁଡା ଚିତ୍ର, ମନ୍ତ୍ରୀଙ୍କ ଅଞ୍ଚଳରେ ଆଶ୍ରୟସ୍ଥଳୀରେ ପଢୁଛନ୍ତି ପିଲା

‘ଫନି’ର ଦେଢମାସ ପରେ ବି ସୁଧୁରିନି ବିଦ୍ୟାଳୟ ସ୍ଥିତି । ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳରେ ବିଦ୍ୟାଳୟ ବଦଳରେ ବାତ୍ୟା ଆଶ୍ରୟସ୍ଥଳୀରେ ପିଲା ପଢୁଛନ୍ତି ପାଠ ।

By

Published : Jun 21, 2019, 11:31 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବାତ୍ୟା ଫନି ବିଧାରେ ଚୁରମାର ହୋଇଯାଇଛି ଶ୍ରେଣୀ ଗୃହ । ତଳେ ପଡିଛି ଶ୍ରେଣୀ ଗୃହ କାନ୍ଥ । ବର୍ଷା ପାଣି ଖାଉଛି ବ୍ଲାକବୋର୍ଡ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନିର୍ବାଚନ ମଣ୍ଡଳୀରେ । ନିମାପଡା ବ୍ଲକ ଧନୁଆ ପଞ୍ଚାୟତର ପ୍ରାଥମିକ ଓ ଉଚ୍ଚ ବିଦ୍ଯାଳୟରେ ଏପରି ଅବସ୍ଥା ଶିକ୍ଷା ବ୍ୟବସ୍ଥାର ଉଜୁଡା ଚିତ୍ରକୁ ପଦାରେ ପକାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏପଟେ ବିଦ୍ୟାଳୟ ଶୁକ୍ରବାର ଖୋଲିଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନେ ବାତ୍ୟା ଆଶ୍ରୟ ସ୍ଥଳୀରେ ପଢୁଛନ୍ତି । ‘ଫନି’ ମାଡକୁ ଇତି ମଧ୍ଯରେ ଦେଢମାସ ବିତିଛି । ତେବେ ଏପର୍ଯ୍ୟନ୍ତ ମଧ୍ୟ ବିଦ୍ୟାଳୟର ମରାମତି ହୋଇନାହିଁ ଏବଂ ପିଲାମାନେ ବିଦ୍ୟାଳୟ ବଦଳରେ ଆଶ୍ରୟ ସ୍ଥଳରେ ପଢୁଛନ୍ତି । ଯାହା ଶିକ୍ଷା ବିଭାଗର ପାରିବାପଣିଆକୁ ଅଙ୍ଗୁଳି ଉଠାଇଛି ।

ବିଦ୍ୟାଳୟ ଖୋଲିବା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ ସବୁ ବିଦ୍ୟାଳୟ ଠିକ୍‌ ରହିଛି । ଯେଉଁ ବିଦ୍ୟାଳୟ ଠିକ୍‌ ନାହିଁ ସେଠାକାର ଛାତ୍ରଛାତ୍ରୀଙ୍କୁ ପାଖ ବିଦ୍ୟାଳୟକୁ ନିଆଯିବାକୁ ଯୋଜନା ହୋଇଛି । ତେବେ ମନ୍ତ୍ରୀଙ୍କ ମୁହଁଫୁଟାଣି ତାଙ୍କ ନିର୍ବାଚନ ମଣ୍ଡଳୀରେ ଶିକ୍ଷାର ଦୟନୀୟ ଚିତ୍ର ଦେଖିଲେ ବାରି ହୋଇପଡୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details